ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଯୋଗେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି (ଶୁକ୍ରବାର) ସର୍ବ ଭାରତୀୟ ମେୟର ସମ୍ମିଳନୀ | ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ଉଦଘାଟନ କରିବା ସହିତ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସମ୍ମିଳନୀର ବିଷୟ ବସ୍ତୁ ରହିଛି ‘ନ୍ୟୁ ଅରବାନ ଇଣ୍ଡିଆ’ ବା ଭାରତର ନୂଆ ସହର ।

ଉତ୍ତରପ୍ରଦେଶ ବାରଣାସୀରେ ସହରୀ ବିକାଶ ବିଭାଗ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସମସ୍ତ ମେୟର ମାନେ ଅଶଂଗ୍ରହଣ କରିବେ । ସହରାଞ୍ଚଳରେ ସହଜ ଜୀବନଯାପନ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା କରି ଆସିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।ସହରାଞ୍ଚଳ ଭିତ୍ତିଭୂମି ପାଇଁ ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ ସରକାର ଅନେକ ଯୋଜନାର ଶୁଭାରମ୍ଭ କରିବା ସହିତ ପଦକ୍ଷେପମାନ ଗ୍ରହଣ କରିଛନ୍ତି ।

Related Posts