ଆସନ୍ତା 9 ଓ 10ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଆସନ୍ତା କାଲିଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା | ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ ଥିବା ବେଳେ ଏହାର ପ୍ରଭାବରେ 9 ତାରିଖରୁ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ବୁଧବାର ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ |

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା 9 ତାରିଖ ଓ 10ରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ବର୍ଷା, ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ। ତେବେ ଆସନ୍ତା 11 ତାରିଖରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଝଡ଼ ସହ ସାମାନ୍ୟ ଧରଣର ବର୍ଷା ହେବ। ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ତିନିଦିନ ମଧ୍ୟରେ ରାତ୍ରୀ ତାପମାତ୍ରାରେ 3ରୁ 4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ସୋମବାର ଠାରୁ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ବର୍ଷା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ରାତ୍ରି ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି |

Related Posts