ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ବିତୀୟ ଦିନ: ମନର ମଣିଷଙ୍କୁ ହୃଦୟ କଥା କହିବାକୁ ଦିନଟିଏ…

ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ ସପ୍ତାହ | ଆଜି ଏହାର ଦ୍ବିତୀୟ ଦିନ ଅର୍ଥାତ ମନର ମଣିଷକୁ ହୃଦୟ କଥା କହିବାର ଦିନଟିଏ | ଗତକାଲି ଅର୍ଥାତ ଭାଲେଣ୍ଟାଇନ ସପ୍ତାହ ର ପ୍ରଥମ ଦିନ ରୋଜ ଡେ’ ଯାଇଥିବା ଆଜି ଫେବୃଆରୀ 8 ହେଉଛି ପ୍ରପୋଜ ଡେ’ । ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଏହି ଦିନ ଆପଣଙ୍କ ମନକଥା ଜଣାଇବା ପାଇଁ ଏକ ବଡ ସୁଯୋଗ । ସେଥିପାଇଁ ତ ଏହି ଦିନକୁ ପ୍ରପୋଜ ଡେ’ କୁହାଯାଏ ।

ପ୍ରେମୀ ଯୁଗଳ ଏହି ଦିନକୁ କିଛି ଅଲଗା ବା କିଛି ନୂଆ କରି ନିଜ ମନ କଥା କହିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ଯାହା ତାଙ୍କ ପ୍ରିୟଜନଙ୍କୁ ସ୍ପେସିଆଲ ଅନୁଭବ କରାଏ । ପ୍ରପୋଜ କରିବା ମାନେ ମନର ମଣିଷକୁ ପ୍ରେମ ନିବେଦନ କରିବା । ପ୍ରପୋଜ ଶବ୍ଦଟି ପ୍ରପୋଜାଲରୁ ଆସିଛି । ପ୍ରପୋଜ କରିବା ବେଳେ ବିଶ୍ବାସ ବି ଦେଇ ପାରୁଥିବା ନିତାନ୍ତ ଜରୁରୀ । ସମ୍ପର୍କର ମୁଳଦୂଆ ହିଁ ବିଶ୍ବାସ ।ତେଣୁ ବିଶ୍ବାସ ଭରସା ସହ କୁହନ୍ତୁ ମନର କଥା । ଯାହା ତାଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସହ ଆପଣଙ୍କ ପ୍ରତି ସମ୍ମାନ ବଢାଇବାରେ ସାହାଯ୍ୟ କରିପାରିବ । ଏହା ଦ୍ବାରା ଏକ ମଜବୁତ ନୂଆ ସମ୍ପର୍କ ତିଆରି ହୋଇପାରେ ।

Related Posts