ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ୧୫ରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ । ଏଥିପାଇଁ ଏବେ ପ୍ରସ୍ତୁତି ଶେଷ ପର୍ଯାୟରେ ପହଁଚିଛି | ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଗତବର୍ଷ ଠାରୁ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
ପ୍ରତି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀର ପ୍ରସାର ତଥା ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ଦେଶ ବିଦେଶରେ ପ୍ରସାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଗତ ବର୍ଷ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ସଫଳ ହୋଇଥିବାରୁ ଏହି ବର୍ଷ ପୁଣି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ ସୂଚନା ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଜମିରେ ୨୫ଟି ବିଳାସପୂର୍ଣ୍ଣ ତମ୍ଭୁ ନିର୍ମାଣ ହୋଇଛି । ଏହା ଆସନ୍ତା ୧୫ ତାରିଖରେ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ।





