ଚୀନରେ ସୋମବାର ଦିନ ଦ୍ୱିପ୍ରହରେ ଘଟିଛି ଏକ ବଡ଼ ଦୁର୍ଘଟଣା। ୧୩୨ ଯାତ୍ରୀଙ୍କୁ ନେଇ ଉଡ଼ିଥିବା ବିମାନ ଦୁର୍ଘଟଣା ଗସ୍ତ ହୋଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେନେଇ ସଠିକ୍ ଭାବେ ତଥ୍ୟ ମିଳିପାରିନାହିଁ।
ଅନ୍ୟପଟେ ବିମାନ ଦୁର୍ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୋଇଂ ୭୩୭ ବିମାନଟି ଆଜି ଚୀନର ଉନ୍ନାନ ରାଜ୍ୟର ରାଜଧାନୀ କୁନମିଙ୍ଗରୁ ଉଡ଼ାଣ ଭରିଥିଲା। ଏଥିରେ ୧୩୨ ଯାତ୍ରୀ ଥିଲେ। ହେଲେ ହଠାତ୍ ପାହାଡ଼ରେ ପିଟି ହୋଇଯିବାରୁ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପାହାଡ଼ ବି ଜଳି ଉଠିଥିଲା। ଏଥିରେ କୌଣସି ଯାତ୍ରୀଙ୍କ ସୁରକ୍ଷିତ ରହିବା ମୁସ୍କିଲ ବୋଲି ଚୀନ ମିଡିଆ ପକ୍ଷରୁ ସୂଚନା ମିଳିଛି।