ଇସ୍କନ ମନ୍ଦିର ଭଙ୍ଗାରୁଜା ମାମଲା; ଦୋଷୀଙ୍କର ଧର୍ମକୁ ନଦେଖି ଦିଆଯିବ ଦଣ୍ଡ: ଶେଖ ହସିନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାଂଲାଦେଶର ରାଜଧାନୀ ଢ଼ାକାରେ ଥିବା ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଉପରେ ବାଂଲାଦେଶ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ବାଂଲାଦେଶର ଶେଖ ହସିନା ସରକାର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରତିଶୃତି ଦେଇଛନ୍ତି । ତାଙ୍କୁ ଦଣ୍ଡ ଏପରି ଦିଆଯିବ ଯେ ଭବିଷ୍ୟତରେ ଏପରି ଚିନ୍ତାଧାରା ଥିବା ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବେ ବୋଲି ଶେଖ ହସିନା କହିଛନ୍ତି । ଏହା ସହ ଅଭିଯୁକ୍ତଙ୍କ ଧର୍ମ ନିର୍ବିଶେଷରେ ସେମାନଙ୍କୁ ମୁକ୍ତ କରାଯିବ ନାହିଁ। ବାଂଲାଦେଶ ସରକାର କହିଛନ୍ତି ଯେ କିଛି ଲୋକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଭଳି ଘଟଣା କରି ଦେଶକୁ ବଦନାମ କରୁଛନ୍ତି । ସୋମବାର ପ୍ରକାଶିତ ଏକ ବିବୃତ୍ତିରେ ସରକାର କହିଛନ୍ତି ଯେ ରିପୋର୍ଟ ମୁତାବକ, ଘଟଣାଟି ମାର୍ଚ୍ଚ ୧୭, ୨୦୨୨ ରେ ଘଟିଥିଲା । ଯେତେବେଳେ ମହମ୍ମଦ ଶାଫିଲ୍ଲା ନାମକ ଜଣେ ବ୍ୟକ୍ତି ଯିଏକି ଦାବି କରିଛନ୍ତି ଯେ ରାଧାକାନ୍ତ ଇସ୍କନ ମନ୍ଦିର ନିକଟରେ ଥିବା ଜମି ତାଙ୍କର ବୋଲି ।

ଏପରିକି ଅଦାଲତର ନିଷ୍ପତ୍ତି ସତ୍ତ୍ୱେ ମଧ୍ୟ ମହମ୍ମଦ ଶାଫିଲ୍ଲା ଜାଗାକୁ କବଜା କରିବାକୁ ପହଞ୍ଚିଥିଲା । ଏହି ସମୟରେ ମନ୍ଦିରର ୧୫-୨୦ ଲୋକ ବିରୋଧ କରିଥିଲେ। ଏପର୍ଯ୍ୟନ୍ତ, ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଇସ୍କନ ସଦସ୍ୟମାନେ ୨୦୧୬, ୨୦୧୭ ଏବଂ ୨୦୨୧ ରେ ଆଇପିସିର ଧାରା ୧୪୫ ଅନୁଯାୟୀ ମହମ୍ମଦ ଶାଫିଲ୍ଲାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ ଖାରଜ କରି କୋର୍ଟ ଶାଫିଲ୍ଲାଙ୍କୁ ଜମି ଅଧିକାର କରିବାକୁ ଅନୁମତି ଦେଇଥିଲେ। ସେ କହିଛନ୍ତି ଯେ ସେହି ଜମି ସମ୍ବନ୍ଧରେ ତାଙ୍କର ଆଇନଗତ ଦଲିଲ ଏବଂ ଜମିର ମୂଳ ଦଲିଲ ମଧ୍ୟ ରହିଛି। ଅନ୍ୟପଟେ ବାଂଲାଦେଶ ସରକାର କହିଛନ୍ତି ଯେ ଆଇନ ଶୃଙ୍ଖଳା ଅଧିକାରୀ ଉଭୟ ପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ଏହି ଘଟଣାରେ ତଦନ୍ତ ଚାଲିଛି ଏବଂ ଧର୍ମ ନିର୍ବିଶେଷରେ ଅପରାଧୀଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶେଖ ହସିନା ଶେଖ ହସିନା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts