
ଦେଶରେ କରୋନାର ଦୈନିକ ସଂକ୍ରମଣ ଖସିବାକୁ ଲାଗୁଛି | ବେଶ୍ କିଛି ଦିନ ଧରି ଦେଶରେ କରୋନା ଭାଇରସ୍ ଜନିତ ମହାମାରୀ ଦ୍ରୁତ ବେଗରେ ବଢୁଥିବା ବେଳେ, ଏବେ ସଂକ୍ରମିତଙ୍କ ସଂଖ୍ୟା କମିଛି |
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୪୯,୩୯୪ କରୋନା ଭାଇରସ୍ ଜନିତ ନୂତନ ସଂକ୍ରମଣ ଓ ୧୦୭୨ ମୃତ୍ୟୁ ରେକର୍ଡ କରାଯାଇଛି।
ଗତକାଲି ଅପେକ୍ଷା ଆଜିର ସଂକ୍ରମଣ ହାର ୧୩% କମ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୧୯,୫୨,୭୧୨ ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୧୦୭୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୦୦,୦୫୫ ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୨,୪୬,୬୭୪ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୦୦,୧୭,୦୮୮।
ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୩୫,୫୬୯ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୬୮.୪୭ କୋଟି ହିତାଧିକାରୀଙ୍କୁ ଟିକା ଦିଆଯାଇଛି |