ପଞ୍ଜାବ ଓ ଉତ୍ତର ପ୍ରଦେଶରେ ମତଦାନ: ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ଓ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ

ଆଜି ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଜାରି ରହିଛି ମତଦାନ । ପଞ୍ଜାବରେ ଆଜି ସମସ୍ତ ୧୧୭ ଆସନ ପାଇଁ ମତଦାତା ମାନେ ମତଦାନ ସାବ୍ୟସ୍ତ କରୁଥିବା ବେଳେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟରେ ଭୋଟ ଦେଉଛନ୍ତି ରାଜ୍ୟବାସୀ ।

ତେବେ ଅପରାହ୍ନ ୩ଟା ସୁଦ୍ଧା ପଞ୍ଜାବରେ ୪୯.୮୧ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୪୮.୮୧ ପ୍ରତିଶତ ଭୋଟିଂ ହୋଇଥିବା ଉଭୟ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟିଂ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ସନ୍ଧ୍ୟା ୬ରେ ଭୋଟିଂ ଶେଷ ହେବା ସହ ଇଭିଏମକୁ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯିବ । ଆଜି ସକାଳୁ ଉଭୟ ରାଜ୍ୟରେ ମତଦାନ ନେଇ ବେସ ଉତ୍ସୁକତା ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ପଞ୍ଜାବ ନିର୍ବାଚନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି।

Related Posts