ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରାକୁ ବାନ୍ଧିଲା ଇଡି

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କୁ ଲାଗିଲା ଝଟକା | ପୁତୁରା ଭୁପିନ୍ଦର ସିଂ ହନିଙ୍କୁ ଗିରଫ କଲା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) । ବେଆଇନ ବାଲି ଖନନ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଛନ୍ତି ହନ୍ନି । ବିଳମ୍ବିତ ରାତିରେ ପ୍ରାୟ ୮ ଘଣ୍ଟା ଧରି ତାଙ୍କୁ ପଚରାଉଚରା କରିବା ପରେ ଜଳନ୍ଧରରୁ ଗିରଫ କରିଥିଲା ଇଡି ।

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଇଡି ହନ୍ନିଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ହନିଙ୍କର ଦୁଇ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା । ତିନି ସହଯୋଗୀଙ୍କ ଘରୁ ବିପୁଳ ପରିମାଣର ଅର୍ଥାତ୍ ୭.୯ କୋଟି ଟଙ୍କା ଜବତ ହେବା ପରେ ଇଡିର ସନ୍ଦେହ ହୋଇଥିଲା । ପରେ ପଚାର ଉଚରା କରାଯିବାରୁ ସବୁ ସତ ପଦାକୁ ଆସିଥିଲା ।

ସେହିଭଳି ହନ୍ନିଙ୍କ ଜଣେ ସହଯୋଗୀ ସନ୍ଦୀପ କୁମାରଙ୍କ ନିକଟରୁ ୨ କୋଟି ଟଙ୍କା ଜବତ ହୋଇଥିଲା । ସୂଚନା ଥାଉକି, ଭୁପିନ୍ଦର ସିଂ ହନ୍ନି ଏବଂ ତାଙ୍କ ସହଯୋଗୀମାନେ ନକଲି କମ୍ପାନୀ କରି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି । ଏହାସହ ବେଆଇନ ବାଲି ଖନନ ସହ ଜଡିତ ଥିବା ମଧ୍ୟ ଅଭିଯୋଗ ହୋଇଛି ।

Related Posts