ପ୍ରଚାର ବେଳେ ହଟହଟା ହେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରଚାର ମଇଦାନ କମ୍ପୁଥିବା ବେଳେ, ମଇଦାନକୁ ଓଳାହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ବଡ଼ ବଡ଼ ମନ୍ତ୍ରୀ । ପଚାର ସମୟରେ ନିଜ ନିର୍ବାଚନ ମଣ୍ଡଳୀ ହେଉ ଅବା ଅନ୍ୟ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ହଟହଟା ହେଉଥିବା ଦେଖିବାକୁ ମିଳିଛି। ତେବେ ଏବେ ପୁଣି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଚାର କରିବାକୁ ଯାଇଥିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖୁଣ୍ଟୁଣି ବଜାରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଖୋଲାଗାଡିରେ ଯାଇ ଶୋଭାଯାତ୍ରା କରିବା ସହ ପ୍ରଚାର କରୁଥିବାବେଳେ ବିରୋଧ କରିଛନ୍ତି ଅସନ୍ତୁଷ୍ଟ କର୍ମୀ ।

ସୂଚନାଅନୁସାରେ, ମନ୍ତ୍ରୀ ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ପୋଲିସ ପହଁଚି ଅସନ୍ତୁଷ୍ଟ କର୍ମୀଙ୍କ ହଟାଇବା ପରେ ମନ୍ତ୍ରୀଙ୍କ ପ୍ରଚାର ଆଗକୁ ବଢ଼ିଥିଲା ।

ସେପଟେ, ପ୍ରଚାର ବେଳେ ହଟହଟା ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ । ଲମତାପୁଟ ବ୍ଲକ ବନମାଳୀପୁଟ ପଂଚାୟତ ଦେବଗନ୍ଧନା ଗାଁକୁ ପ୍ରଚାର ପାଇଁ ଯାଇଥିଲେ କୋରାପୁଟ ବିଧାୟକ ରଘୁରାମ ପଡାଲ । ଏହି ସମୟରେ ଲୋକେ ତାଙ୍କୁ ଘେରି ଯାଇଥିଲେ । ଗାଁର ବିକାଶ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ । ଜଣେ ପରେ ଜଣେ ବିଧାୟକଙ୍କୁ ନାନା ପ୍ରଶ୍ନ ପଚାରିଥିଲେ ।

Related Posts