ଅଧିନାୟକ ପଦ କୁ ନେଇ ବିରାଟ କୋହଲି ଓ ରୋହିତ ଶର୍ମାଂକ ମଧ୍ୟରେ ଚାଲିଥିବା ବିବାଦ ଉପରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବଡ ବୟାନ

ଟିମ୍‌ ଇଣ୍ଡିଆର ଦୁଇ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଲାଗିଥିବା ବିବାଦ ଏବେ ଚର୍ଚାର ପରିସରକୁ ଆସିଛି | ରୋହିତ ଶର୍ମା ଓ ବିରାଟ କୋହିଲଙ୍କ ମଧ୍ୟରେ ବିବାଦ ବଢିବାକୁ ଲାଗିଛି | ରୋହିତ ଶର୍ମାଙ୍କୁ ବିସିସିଆଇ ଦିନିକିଆ ଓ ଟି-୨୦ ଅଧିନାୟକ କରିବା ପରେ ବିରାଟଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି |

ବିଶେଷ କରି ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆହୁରି ବଢ଼ିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଦୁଇ ଖେଳାଳିଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ଆଶଙ୍କା କରି ଟ୍ୱିଟ କରିଥିଲେ। ଏହାପରେ ଏବେ କେନ୍ଦ୍ର କୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କୌଣସି ଖେଳାଳି ଖେଳ ଠାରୁ କେବେ ହେଲେ ବଡ଼ ନୁହନ୍ତି ବୋଲି ସେ କହିଛନ୍ତି। ଅନୁରାଗ ଠାକୁରଙ୍କ ଏପରି ବୟାନ ପରେ ରୋହିତ-ବିରାଟ ବିବାଦକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖାଦେଇଛି।

ଆଝାରୁଦ୍ଦିନଙ୍କ ଏପରି ବୟାନ ପରେ କ୍ରିକେଟ ପ୍ରେମୀ ରୋହିତ-ବିରାଟ କଳିକୁ ନେଇ ନାନା ପ୍ରକାରର ଆକଳନ କରିବାରେ ଲାଗିଛନ୍ତି। ଆଜି ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପଚରା ଯିବାରୁ ସେ କହିଛନ୍ତି, “ଖେଳ ହେଉଛି ସବୁଠାରୁ ଉପରେ ଓ କେହି ବି ଏହାଠାରୁ ଉପରେ ନୁହନ୍ତି। କେଉଁ ଖେଳରେ ଓ କେଉଁ ସବୁ ଖେଳାଳିଙ୍କ ମଧ୍ୟରେ କ’ଣ ଚାଲିଛି, ତା’ର ସୂଚନା ମୁଁ ଆପଣମାନଙ୍କୁ ଦେଇ ପାରିବି ନାହିଁ। ଏହା ଉପଯୁକ୍ତ ସଂଘ କିମ୍ବା ଆସୋସିଏସନ୍‌ର କାମ। ସେମାନେ ଯଦି କୌଣସି ସୂଚନା ଦେଇ ପାରିବେ, ତା’ହେଲେ ଭଲ।”

ଗତକାଲି ଆଝାରୁଦ୍ଦିନ କହିଥିଲେ, ଯଦି ରୋହିତ ଓ ବିରାଟ ଏକାଠି ନ ଖେଳିବେ, ତା’ହେଲେ ଟିମ ଇଣ୍ଡିଆକୁ ଏହା ମହଙ୍ଗା ପଡ଼ିବ। କ୍ରିକେଟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ।

Related Posts