ପାରାଦୀପ ବେଳାଭୂମିରେ ନଦୀ ମହୋତ୍ସବ ଆରମ୍ଭ

ଆଜିଠୁ ପାରାଦୀପରେ ଆରମ୍ଭ ହୋଇଛି ନଦୀ ମହୋତ୍ସବ । ପାରାଦୀପ ବେଳାଭୂମିରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ଏହି ଉତ୍ସବକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ଉଦଘାଟନ କରିଛନ୍ତି । ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ ।

ଏହି ମହୋତ୍ସବରେ ସକାଳୁ ବିଭିନ୍ନ କାଯ୍ୟକ୍ରମ ମାନ ଆୟୋଜନ କରାଯାଉଛି ।

ପ୍ରତିଦନ ସକାଳୁ ବେଳାଭୂମି ସେଫେଇ କରାଯାଉଛି | ଅନ୍ୟପଟେ ଶପଥପାଠ କରାଯାଇ ମହାନଦୀର ସୁରକ୍ଷା ଓ ମହାନଦୀକୁ ଅଳିଆ ଆବର୍ଜନା ଠାରୁ ମୁକ୍ତ କରିବା ଏହି ମହୋତ୍ସବର ମୂଳ ଲକ୍ଷ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Related Posts