ଅଲିମ୍ପିକ୍ସରେ ଦୁଇଥର ଗୋଲ୍ଡ ମେଡାଲ ଜିତିଥିବା ଷ୍ଟାର ୟାନିକ୍ ଆଗ୍ନେଲଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଅଲିମ୍ପିକ୍ସରେ ଦୁଇଥର ଗୋଲ୍ଡ ମେଡାଲ ଜିତିଥିବା ଷ୍ଟାର ୟାନିକ୍ ଆଗ୍ନେଲ ଗିରଫ | ୧୫ ବର୍ଷୀୟ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଯୌନ ଶୋଷଣ କରିଥିବା ନେଇ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି | ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ୟାନିକ୍ ଆଗ୍ନେଲଙ୍କ ନାଁରେ ଅଭିଯୋଗ ହୋଇଛି। ଏହି ମାମଲାରେ ଗୁରୁବାର ତାଙ୍କୁ ଗିରଫ କରାଯାଇଛି। ଶନିବାର ଠାରୁ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

୨୯ ବର୍ଷୀୟ ଏହି ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ପ୍ୟାରିସରୁ ତାଙ୍କୁ ଗିରଫ କରାଯିବା ପରେ ପୁଲିସ ହେପାଜତରେ ପୂର୍ବ ଫ୍ରାନ୍ସରୁ ମେଲହାଉସ ସହରକୁ ଅଣାଯାଇଥିଲା।

ସୂଚନା ମୁତାବକ, ଏହି ମାମଲାଟି ୨୦୧୬ର ବୋଲି କୁହାଯାଉଛି। ସେତେବେଳେ ଜଣେ ୧୫ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ଏବଂ ଯୌନ ଶୋଷଣ କରାଯାଇଥିବା ନେଇ ଏହି ଅଲିମ୍ପିକ୍‌ ଖେଳାଳିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଏବେ ତାଙ୍କୁ ଗିରଫ କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକ ସନ୍ତରଣକାରୀ ଏବଂ ପୂର୍ବତନ ସନ୍ତରଣକାରୀଙ୍କୁ ପଚରାଉଚରା କରାଯାଇଛି।

Related Posts