ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା ! ଦଳ ଛାଡିପାରନ୍ତି ଆରପିଏନ ସିଂହ

ଧୀରେ ଧୀରେ ନିଜ ଅସ୍ତିତ୍ବ ହରେଇବାକୁ ବସିଛି କଂଗ୍ରେସ | ପରାଜୟ ର ମୁହଁ ତାକୁ ବାରବାର ଦେଖିବାକୁ ପଡୁଛି | ସେପଟେ ଦଳର ଅନେକ ବରିଷ୍ଠ ନେତା ଦଳ ଛାଡି ଅନ୍ୟ ଦଳରେ ମିଶୁଥିବା ଦେଖିବାକୁ ମିଳୁଛି | ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବହୁତ ବଡ ଝଟକା ଲାଗିବା ନେଇ ପୂର୍ବାଭାସ ହୋଇଛି | କଂଗ୍ରେସର ବରିଷ୍ଟ ନେତା ଆରପିଏନ ସିଂହ ରବିବାର ଅର୍ଥାତ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ୍ ହୋଇ ପାରନ୍ତି । ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିବା ଆରପିଏନ ସିଂହ ରବିବାର ବିଜେପି କାର୍ଯ୍ୟାଳୟ ଯାଇ ପାର୍ଟି ସଦସ୍ୟତା ଗ୍ରହଣ କରି ପାରନ୍ତି ।

ଆରପିଏନ ବହୁତ ଦିନ ଧରି କଂଗ୍ରେସରେ ଏକ ଘରିଆ ହୋଇ ରହିଥିଲେ । ତାଙ୍କର ପାର୍ଟି ଛାଡିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଥିଲା ।

Related Posts