କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ, ମାଓ ଦମନ ରଣନୀତିର କରିବେ ସମୀକ୍ଷା

କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ | ପ୍ରଥମେ ସେ ସୁନାବେଡ଼ାରେ ପହଞ୍ଚି ପରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ପୋଲିସ ଷ୍ଟେସନର ସେ ଉଦଘାଟନ କରିବେ । ପରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି।

ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଓ ମାଓ ଦମନ ରଣନୀତିର ସମୀକ୍ଷା କରିବେ ପୋଲିସ ଡିଜି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ମାଓ ମୁକାବିଲା ନେଇ ପ୍ରସ୍ତୁତ ହେବ ବ୍ଲୁ-ପ୍ରିଣ୍ଟ । ସେହିପରି ସ୍ୱାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ନୂଆ ବିଏସଏଫ୍ କ୍ୟାମ୍ପ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

Related Posts