ଆଇପିଏଲ୍: ଅହମ୍ମଦାବାଦ ଟିମ୍ ହେଲା ଅହମ୍ମଦାବାଦ୍ ଟାଇଟନ୍ସ

ଆଇପିଏଲ୍ ୨୦୨୨ରେ ସାମିଲ ହେବାକୁ ଥିବା ଅହମ୍ମଦାବାଦ ଟିମ୍ ନିଜ ନାଁ ପରିବର୍ତନ କରିଛି । ସୋମବାର ଦଳ ସୋସିଆଲ୍ ମିଡିଆ ଜରିଆରେ ନିଜର ନାମ ଘୋଷଣା କରିଛି ଅହମ୍ମଦାବାଦ୍ ଟାଇଟନ୍ସ । ପୂର୍ବରୁ ଲକ୍ଷ୍ନୌ ଦଳ ନିଜର ନାଁ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଘୋଷଣା କରିଥିବାବେଳେ ଏବେ ଅହମ୍ମଦାବାଦ ମଧ୍ୟ ନିଜର ନାଁ ଘୋଷଣା କରିଛି ।

ସୂଚନାଯୋଗ୍ୟ ଯେ, ଅହମଦାବାଦ ଟିମର ମାଲିକାନା ସିବିସି କ୍ୟାପିଟାଲ ପାଖରେ ରହିଛି । ଦଳ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର କ୍ୟାପଟେନ୍ ମନୋନୀତ କରିଛି । ଏହାସହ ରସିଦ ଖାନ ଓ ଶୁଭମନ୍ ଗିଲ ମଧ୍ୟ ଦଳର ଷ୍ଟାର ପ୍ଲେୟାର ଭାବେ ବଛା ହୋଇଛନ୍ତି । ଦଳ ଏହି ତିନିଜଣ ଖେଳାଳିଙ୍କୁ ଯଥାକ୍ରମେ ୧୫ କୋଟି, ୧୫ କୋଟି ଓ ୮ କୋଟି ଦେଇ କିଣିନେଇଛି । ଫଳରେ ଦଳ ଆଉ ୫୨ କୋଟି ଟଙ୍କାରେ ଅନ୍ୟ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିବ ।

ଆଇପିଏଲ୍ ୨୦୨୨ର ଖେଳାଳି ମେଗା ନିଲାମୀ ପ୍ରକ୍ରିୟା ୧୨ ଓ ୧୩ ତାରିଖରେ ହେବାକୁ ଅଛି । ବେଙ୍ଗାଳୁରୁରେ ଏହି ମହାନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଯେଉଁଥିରେ ୫୯୦ ଜଣ ଖେଳାଳି ଭାଗ ନେବାକୁ ଥିବାବେଳେ ଏହା ଭିତରେ ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।

Related Posts