ଲତା ମଙ୍ଗେସକରଙ୍କ ଶବାଧାର ଉପରେ ଶାହରୁଖ ଖାନ ଛେପ ପକାଇବାର ମିଛି ଖବର ଉପରେ ପ୍ରତିକ୍ରିୟା ରଖିଲେ ଉର୍ମିଳା ମାତୋଙ୍ଗକର

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଶେଷକୃତ ମୁମ୍ବାଇର ଶିବାଜୀ ପାର୍କରେ କରାଯାଇଥିଲା । ଏହି ଅନ୍ତିମ ସଂସ୍କାରରେ ଅନେକ ପ୍ରତିଷ୍ଠିତ ଚେହେରାମାନେ ଆସି ଯୋଗ ଦେଇଥିଲେ । ଏହା ମଧ୍ୟରେ ବଲିଉଡ ଅଭିନେତା ଶାହାରୁଖ ଖାନ ଲତାଜୀଙ୍କର ଶବାଧାରରେ ଛେପ ପକାଇଥିବାର କଥା ସାମ୍ନାକୁ ଆସିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ଅନେକ ଲୋକ ଏନେି ପ୍ରତିକ୍ରିୟା ମଧ୍ୟ ଦେବାରେ ଲାଗିଥିଲେ । ଏସବୁ ମଧ୍ୟରେ ଶାହାରୁଖ ଖାନଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ଉର୍ମିଳା ମାତୋଙ୍ଗକର । ସେପଟେ ଅନ୍ତିମ ସଂସ୍କାରରେ ଶାହରୁଖ ଖାନ ଲତା ମଙ୍ଗେଶକରଙ୍କ ମୃତଦେହ ଉପରେ ନଇଁପଡି ତାଙ୍କ ପାଟିରୁ ପବନ ବାହାର କରିଥଲେ।

ଇସଲାମରେ ଚାଲିଯାଇଥିବା ପ୍ରାଣ ପାଇଁ ପ୍ରାର୍ଥନାର ଏକ ଅଂଶ ବାୟୁ ଉଡ଼ାଇବା ଜ୍ଝ ଶାହରୁଖଙ୍କ ପାଖରେ ଠିଆ ହୋଇଥିବା ପୂଜାଙ୍କୁ ମଧ୍ୟ ହାତ ବାନ୍ଧି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ହେଲେ ଏକ ସମାଜ ଭାବରେ ଆମେ ଏତେ ଖରାପ ହୋଇଯାଇଛୁ ଯେ ପ୍ରାର୍ଥନା କରିବା ଛେପ ପକାଉଛି ବୋଲି କୁହାଯାଉଛି ବୋଲି ଉର୍ମିଳା କହିଛନ୍ତି । ଆପଣ ଜଣେ ଅଭିନେତାଙ୍କ ବିଷୟରେ କହୁଛନ୍ତି ଯିଏ ବିଭିନ୍ନ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି ଜ୍ଝ ରାଜନୀତି ଏତେ ନିମ୍ନ ସ୍ତରରେ ପହଞ୍ଚିଛି ଏବଂ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଉର୍ମିଳା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts