ଆଗକୁ ଖାଉଟିଙ୍କ ଉପରେ ହେବ ମହଙ୍ଗା ମାଡ: ବଢିବ ପେଟ୍ରୋଲ, ଡିଜେଲ ସହ ଅନ୍ୟ ସାମଗ୍ରୀର ଦର

ଦେଶରେ ଏବେ ନିର୍ବାଚନ ଏବଂ ତା ସହ ୟୁକ୍ରେନ୍- ଋଷ ଯୁଦ୍ଧ ସଙ୍କଟ ଆଣିଦେଉଛି ସଙ୍କଟ | ଉକ୍ରଟ ହେବାକୁ ଯାଉଛି ଦରବୃଦ୍ଧି । ଅଶାନ୍ତ ପରିବେଶ ଆଣିଦେଉଛି ଏହି ସଙ୍କଟ | ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାରକୁ ଟପିଥିବା ବେଳେ, ଖୁବ ଶିଘ୍ର ଏହା ୧୦୦ ଡଲାରେ ପହଞ୍ଚିଯିବ ବୋଲି ସୂଚନା ରହିଛି | ଏହା ହେଉଛି ୮ ବର୍ଷର ସର୍ବୋଚ୍ଚ ଦର । ଅଶୋଧିତ ତୈଳ ଦର ବୃଦ୍ଧିି ପାଇବା ଦ୍ୱାରା କେବଳ ପେଟ୍ରୋଲ ନୁହେଁ ବରଂ ଡିଜେଲ, ରନ୍ଧନ ଗ୍ୟାସ, ସିଏନଜି ଦର ମଧ୍ୟ ବଢିବ । ଏହାସହ ସୁନା, ରୂପା ଦର ମଧ୍ୟ ଆଶାତୀତ ଭାବେ ବଢିବ ବୋଲି କୁହାଯାଉଛି ।

ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ପରିସ୍ଥିତି ଗମ୍ଭୀର ହେବ । ଏହାସହ ୟୁକ୍ରେନ-ଋଷ ବିବାଦ ଯୋଡି ହୋଇଯିବାରୁ ପରିସ୍ଥିତି ଜଟିଳ ହେବ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଦେଶରେ ଏଲପିଜି ଓ ସିଏନଜି ଗ୍ୟାସ ଦର ମଧ୍ୟ ବୃଦ୍ଧି ପାଇଛି । ୟୁକ୍ରେନ ଓ ଋଷ ବିବାଦ ଯୋଗୁଁ ସୁନା ଦର ମଧ୍ୟ ବଢିଚାଲିଛି । ଘରୋଇ ବଜାରରେ ୧୦ ଗ୍ରାମ ପିଛା ଏହାର ଦର ୫୦,୫୦୦ ଟଙ୍କା ପାର କରିଛି ।

ନିର୍ବାଚନ କୁ ନେଇ ଦୀର୍ଘଦିନ ହେବ ତୈଳ ବିପଣନ କମ୍ପାନୀ ଦରକୁ ଅପରିବର୍ତ୍ତିତ ରଖିଥିବା ବେଳେ, ଆଗକୁ ଲିଟର ପିଛା ୧୫ରୁ ୨୦ ଟଙ୍କା ପର୍ଯର୍୍ୟନ୍ତ ବୃଦ୍ଧି କରିପାରନ୍ତି | ଆଇଆଇଏଫଏଲ ସିକ୍ୟୁରିଟିଜର ଉପସଭାପତି ଅନୁଜ ଗୁପ୍ତା କହିଛନ୍ତି ଯେ, ତୈଳ କମ୍ପାନୀ ଗୁଡିକ ନଭେମ୍ବର ୩ରୁ ପେଟ୍ରୋଲ , ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ସେବେଠାରୁ ବର୍ତ୍ତମାନ ମଧ୍ୟରେ ଅଶୋଧିତ ତୈଳ ଦରରେ ବ୍ୟାରେଲ ପିଛା ୧୫ ଡଲାରରୁ ଉଦ୍ଧ୍ୱର୍ ବୃଦ୍ଧି ଘଟିଛି । ଫଳରେ ଖୁବଶିଘ୍ର ଏହା ୧୦୦ ଡଲାର ଛୁଇଁପାରେ । ଏଭଳି କ୍ଷେତ୍ରରେ ଘୁବଶିଘ୍ର ପେଟ୍ରୋଲ , ଡିଜେଲ, ଦର ୧୦ରୁ ୨୦ ଟଙ୍କା ଯାଏଁ ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି ।

ଏଥିସହ ସୁନା , ରୂପା ଦରରେ ମଧ୍ୟ ବଡ ପରିବର୍ତନ ଦେଖାଯିବ | ୧୦ ପିଛା ସୁନା ବର୍ତ୍ତମାନ ପାଖାପାଖି ୫୧ ହଜାର ଟଙ୍କା ନିକଟତର ହୋଇଥିବାବେଳେ କିଲୋ ପିଛା ରୂପା ଦର ୬୫,୦୦୦ ଟଙ୍କାରେ ପହଞ୍ଚିଛି । ଋଷ- ୟୁକ୍ରେନ ସଙ୍କଟ ମଧ୍ୟରେ ଏହାର ଦର ଆହୁରି ବଢିବ । ମେ ସୁଦ୍ଧା ସୁନା ଦର ୫୨,୦୦୦ ଟପିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି |

Related Posts