ଭଦ୍ରକ(ସତ୍ୟପାଠବ୍ୟୁରୋ)-ବନ୍ଧୁକ ଦେଖାଇ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ। ସୁନା ଓ ରୁପା ସହ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ବନ୍ଧୁକ ଧରି ଦୁର୍ବୃତ୍ତମାନେ ଘରେ ପଶିଥିବାବେଳେ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା ସବୁ ଲୁଟିନେଇ ୟାଇଛନ୍ତି।  ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତର ଜୁଡ଼ାଗଡିଆ ଗାଁର ନିରଞ୍ଜନ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ଆସି ନିରଞ୍ଜନଙ୍କ ଘର କବାଟ ବାଡେଇଥିଲେ। ନିରଞ୍ଜନ କବାଟ ଖୋଲିବା ମାତ୍ରେ ଘରେ ପଶିଥିଲେ ଡକାୟତ।

ନିରଞ୍ଜନ ଏବଂ ତାଙ୍କ ସ୍ତ୍ରୀଙ୍କୁ ତାଲା ପକାଇ ଚୋରି କରିଥିଲେ। ଗ୍ରାମବାସୀ ଖବର ପାଇ ଚୋରଙ୍କୁ ଘେରିଯାଇଥିଲେ। ୩ ଜଣ ଖସି ଯାଇଥିବା ବେଳେ ଜଣେ ଚୋରକୁ କାବୁ କରିଥିଲେ ଗ୍ରାମବାସୀ । ଗୋଟିଏ ବାଇକ ମଧ୍ୟ ରଖି ଦେଇଥିଲେ ଗ୍ରାମବାସୀ। ପୋଲିସ ପହଞ୍ଚି ଜଣେ ଚୋରକୁ ଧରିବା ସହ ବାଇକକୁ ଜବତ କରିଛି।