ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଟାର୍ଗେଟ: ଆଶା ଆଶାରେ ରହିବ ଇଚ୍ଛା

ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ପ୍ରଚାର ମଇଦାରେ ମୁଁହ ତୋଡ ଜବାବ ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ପଞ୍ଜାବରେ କ୍ଷମତାସୀନ କଂଗ୍ରେସକୁ କଡା ଟକ୍କର ଦେବା ପାଇଁ ମୈଦାନରେ କେଜ୍ରୀଓ୍ବାଲଙ୍କ ଆମ ଆଦମୀ ପାର୍ଟି (AAP) ସଜ ବାଜ ହେଉଥିବା ବେଳେ, କିନ୍ତୁ ସିନ୍ଧୁ ପ୍ରଚାର ମଇଦାନ ରୁ ତାଙ୍କୁ ଟାର୍ଗେଟ କରିଛନ୍ତି ।

ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ କରିବା ସହ ପଞ୍ଜାବବାସୀଙ୍କୁ ମିଥ୍ୟା କହି ପଥଭ୍ରଷ୍ଟ କରିବାକୁ ବସିଛନ୍ତି । ଚଳିତ ନିର୍ବାଚନରେ ପଞ୍ଜାବର ଶାସନ କ୍ଷମତା ହାତେଇବା ପରେ ଦିଲ୍ଲୀରୁ ବସି ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବର ସରକାର ଚଳାଇବାକୁ କେଜ୍ରୀଓ୍ବାଲ ମସୁଧା ରଖିଥିବା କହି ଟାର୍ଗେଟ କରିଛନ୍ତି ସିଦ୍ଧୁ ।ସିଦ୍ଧୁ କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ ପଞ୍ଜାବବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତାଙ୍କ ଦଳର ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥର ଦଳ ପଞ୍ଜାବରେ ଯେଉଁ ସ୍ବପ୍ନ ଦେଖିଛି ତାହା କେବେ ହେଲେ ସଫଳ ହେବ ନାହିଁ ।

ସେହିପରି ସିଦ୍ଧୁ AAP ପଞ୍ଜାବ ପାଇଁ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କୁ ମଧ୍ୟ ସମାଲୋଚନା କରିବାର ଅବସର ଛାଡି ନାହାନ୍ତି । କେଜ୍ରିୱାଲଙ୍କ ପରାମର୍ଶ ବିନା ଭଗଓ୍ବନ୍ତ ମାନ କୈଣସି ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ କିମ୍ବା କୌଣସି ବିବୃତ୍ତି ମଧ୍ୟ ରଖିପାରିବେ ନାହିଁ ବୋଲି ସିଦ୍ଧୁ କହିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, କେଜ୍ରୀଓ୍ବାଲ କେବଳ ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବ ଚଳାଉବାକୁ ଉଦ୍ଦେଶ୍ୟ ରଖିଛନ୍ତି ।ନିର୍ବାଚନୀ ଜନସଭାରେ ପଞ୍ଜାବବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି କେଜ୍ରୀଓ୍ବାଲ । ସେହିପରି ନିଜ ଦଳ କଂଗ୍ରେସ ପାଇଁ ସିଦ୍ଧୁ କହିଛନ୍ତି ସେ, କଂଗ୍ରେସ ଏକ ରୋଡମ୍ୟାପ ଆଣିଛି ଯାହା ପଞ୍ଜାବର ଯୁବକମାନଙ୍କୁ ସାହାଯ୍ୟ କରିବ । ସେ ଆଶା କରିଛନ୍ତି ଏଥର ପଞ୍ଜାବବାସୀ ଆଉ ଏକ ସୁଯୋଗ ଦେବେ ଏବଂ କଂଗ୍ରେସ ଏଠାରେ ସରକାର ଗଠନ କରିବ ।

Related Posts