IIFA 2022କୁ ହୋଷ୍ଟ କରିବେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ

ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମୀ((IIFA) ୨୦୨୨କୁ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ଆବୁଧାବିରେ ଆୟୋଜିତ ହେବ ଏହି ଉତ୍ସବ ସମାରୋହ | ଏହାକୁ ହୋଷ୍ଟ କରିବେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ । ଏଥିରେ ବିଶ୍ବସ୍ତରର ଗଣମାଧ୍ୟମ ସଂସ୍ଥା ସମେତ ଅନେକ ଫ୍ୟାନ୍ସ ଓ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ଯୋଗ ଦେବେ । ଏହି ଆୱାର୍ଡ ନାଇଟ୍‌କୁ ଅଧିକ ରୋମାଞ୍ଚକର କରିବା ପାଇଁ ସଲମାନଙ୍କୁ ହୋଷ୍ଟ ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ସଲମାନ କହିଛନ୍ତି ଯେ ସେ ସର୍ବଦା IIFA ପରିବାରର ଏକ ଅଂଶକୁ ଭରପୂର ଉପଭୋଗ କରୁଥିବାବେଳେ ନୂଆ ନୂଆ ସ୍ଥଳକୁ ଭ୍ରମଣ କରିଥାନ୍ତି । କିନ୍ତୁ ଆସନ୍ତା ବର୍ଷ ସେ ଆବୁଧାବିକୁ ଗସ୍ତ କରୁଥିବାରୁ ନିଜର ଖୁସିବ୍ୟକ୍ତ କରିଛନ୍ତି । ତେବେ ଚଳିତ ବର୍ଷର IIFA ଅଧିକ ସ୍ମରଣୀୟ ହେବାକୁ ଯାଉଛି । କାରଣ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ UAE ସ୍ବାଧୀନତାର ୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ।ତେବେ ସୂଚନା ଥାଉ କି ଗତ ୨୧ ବର୍ଷ ଧରି IIFA ଭାରତୀୟ ସିନେମାକୁ ଅନ୍ତର୍ଜାତୀୟ ପ୍ଲାର୍ଟଫର୍ମରେ ଉପସ୍ଥାପନା କରିବା ସହିତ ବିଶ୍ବସ୍ତରରେ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହେବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି । ତେବେ ଏହି ଆୱାର୍ଡ ଶୋ’ରେ ହୋଷ୍ଟ କରିବାକୁ ସଲମାନ ଉତ୍ସାହିତ ଥିବା କହିଛନ୍ତି । ଆବୁଧାବିରେ ସମସ୍ତେ ସିନେମା ଓ ଉତ୍ସବକୁ ମିଳିତ ଭାବେ ପାଳନ କରିବା ବୋଲି ସେ କହିଛନ୍ତି ।IIFAର ୨୧ତମ ସଂସ୍କରଣ ମଧ୍ୟପ୍ରଦେଶ ଇନ୍ଦୋରରେ ମାର୍ଚ୍ଚ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା । ମାତ୍ର କୋରୋନା ମହାମାରୀ ପାଇଁ ଏହାକୁ ବାତିଲ କରାଯାଇଥିଲା । ଫଳରେ ୟୁଏଇର ଆବୁଧାବିରେ ଏହାର ଆୟୋଜନ କରାଯିବ ।

Related Posts