ଆସାମ ମୁଖ୍ୟମନ୍ତ୍ରୀଙ୍କ ରାହୁଲ ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନକୁ ନେଇ ତେଜିଲା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନକୁ ନେଇ ତେଜିଲା ରାଜନୀତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଟ୍ୱିଟ୍ କରି ହିମନ୍ତଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । କଣ ପିତା ମାତାଙ୍କ ଉପରେ ପ୍ରଶ୍ନ କରାଯାଇ ରାଜନୀତି ଏବେ ଆରମ୍ଭ ହେବ କି ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ।

କେସିଆର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ଜଣେ ସାଂସଦଙ୍କୁ ପିତାଙ୍କ ପରିଚୟ ବାବଦରେ ପ୍ରଶ୍ନ କରୁଛନ୍ତି । ଏହା ସଂସ୍କାର ନୁହେଁ । ଏହା କଣ ବିଜେପିର ସଂସ୍କାର । ଯଦି ମୋଦୀ ଓ ଜେପି ନଡ୍ଡା ସଚ୍ଚୋଟ ଓ ହିନ୍ଦୁ ଧର୍ମକୁ ମାନନ୍ତି ତେବେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ । ହିମନ୍ତଙ୍କ ଏପରି ବୟାନ ଏକ ହିନ୍ଦୁ ଭାବେ ତାଙ୍କୁ ବ୍ୟଥିତ କରିଛି । ଏତେ ତଳ ସ୍ତରର ରାଜନୀତିରୁ ଦୂରେଇ ରହିବାକୁ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ହିମନ୍ତ ଶୁକ୍ରବାର ଉତ୍ତରାଖଣ୍ଡରେ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ, ଭାରତୀୟ ସେନା ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା । ରାହୁଲ ଗାନ୍ଧୀ ଏହାର ପ୍ରମାଣ ମାଗୁଥିଲେ । ତେବେ ସେମାନେ କଣ ରାହୁଲ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି ପ୍ରମାଣ ମାଗିଛନ୍ତି କି ବୋଲି କହିଥିଲେ । ଏହାସହ ଯଦି ସୈନିକମାନେ କହୁଛନ୍ତି ସେମାନେ ପାକିସ୍ତାନ ଉଫରେ ସର୍ଜିକାଲ ଷ୍ଟ୍ରାଇକ୍ କରୁଛନ୍ତି ତେବେ ତାହା ସତ । ତେବେ ହିମନ୍ତଙ୍କ ଏହି ବୟାନକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ନିନ୍ଦା କରାଯାଉଛି ।

Related Posts