ଏକ ବର୍ଷ ତିଷ୍ଠିଲାନି ପ୍ରେମ ବିବାହ: ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାତିଆ ମାଳି ସାହି ଗାଁର ଅଘଟଣ | ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି | ମୃତ ମହିଳା ଜଣଙ୍କ ହେଲେ ଗୁଡୁଲି ବରାଳ | ଗୁଡୁଲି ଏକ ବର୍ଷ ତଳେ ମାଳି ସାହି ଗାଁର ଜାଗାକୁ ପ୍ରେମ ବିବାହ କରିଥିଲେ | ମାତ୍ର ତାଙ୍କର ଏହି ପ୍ରେମ ସମ୍ପର୍କରେ ଲାଗି ଯାଇଥିଲା ଗ୍ରହଣ | ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା | ତେବେ ଆଜି ତାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି | ଶ୍ୱଶୁର ଘର ଲୋକେ ହତ୍ୟା କରି ଟଙ୍ଗାଇଦେଇଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି |

ମିଳିଥିବା ସୂଚନା ଅନୁସାରେ, ଏକ ବର୍ଷ ତଳେ ଗୁଡୁଲି ମାଳି ସାହି ଗାଁର ଜାଗାକୁ ପ୍ରେମ ବିବାହ କରିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଆଜି ସକାଳେ ଗୁଡୁଲି ଫ୍ୟାନ ଦେହରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ପଚରାଉଚରା କରୁଥିବା ବେଳେ ଗୁଡୁଲିଙ୍କ ଶାଶୁ, ଶ୍ୱଶୁର ଓ ସ୍ୱାମୀ ଘରେ କେହି ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଗୁଡୁଲିକୁ ତା’ର ଶ୍ୱଶୁର ଘର ମାରି ଟଙ୍ଗାଇ ପଳାଇ ଥିବା ତାଙ୍କ ବାପା କିଶ୍ୱର୍ ବରାଳ ବ୍ରହ୍ମଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି |

Related Posts