କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ: କଂଗ୍ରେସ ବିରୋଧରେ ଦେଲେ ଲମ୍ବା ଚିଠି

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ | କରୋନା ମହାମାରୀର ସଙ୍କଟ ଠାରୁ ଆରମ୍ଭ କରି ରୋଜଗାର, ମହଙ୍ଗା ଉପରେ ନିଜର ବୟାନ ରଖିଛନ୍ତି | ଏଥିସହ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସଂସଦର ଗୃହରେ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ଡାଇରେଟ ଟାର୍ଗେଟ କରିଛନ୍ତି | ଦେଶରେ ଯଦି କଂଗ୍ରେସ ନଥାନ୍ତା ତେବେ କଣ ହୋଇଥାନ୍ତା ସେନେଇ ଲମ୍ବା ତାଲିକା ଉପସ୍ଥାପନା କରିଛନ୍ତି | ମୋଦୀ କହିଛନ୍ତି କଂଗ୍ରେସ ନଥିଲେ ଲୋକତନ୍ତ୍ର ପରିବାରବାଦରୁ ମୁକ୍ତ ହୋଇଥାନ୍ତା, କଂଗ୍ରେସ ନଥିଲେ ଭାରତ ବିଦେଶୀଙ୍କ ଦ୍ୱାରା ଦେଖାଯାଇଥିବା ବାଟରେ ନୁହେଁ ବରଂ ସ୍ୱଦେଶୀ ସଂକଳ୍ପ ନେଇ ଆଗକୁ ବଢିଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଦେଶ ଉପରେ ଇମରଜେନ୍ସିଂର କଳଙ୍କ ଲାଗିନଥାନ୍ତା, ଦଶକ ଦଶକ ଧରି ବିଭିନ୍ନ ସଂସ୍ଥା ଦୁର୍ନୀତିିର ଗନ୍ତାଘର ପାଲଟିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ ଜାତିବାଦ ଓ ଆଞ୍ଚଳିକବାଦ ଏତେ ତଳକୁ ଯାଇନଥାନ୍ତା, ଯଦି କଂଗ୍ରେସ ନଥାନ୍ତା ତେବେ ଶିଖ୍ ମାନଙ୍କର ନରସଂହାର ହୋଇନଥାନ୍ତା, ବର୍ଷ ବର୍ଷ ଧରି ପଞ୍ଜାବ ଆତଙ୍କର ନିଆଁରେ ଜଳିନଥାନ୍ତା । ଯଦି କଂଗ୍ରେସ ନଥାନ୍ତା ତେବେ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଛାଡିବାକୁ ପଡିନଥାନ୍ତା, ଦେଶର ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ପାଇଁ ଏତେ ଦିନ ଅପେକ୍ଷା କରିବାକୁ ପଡିନଥାନ୍ତା ।

ଏହାସହ ମୋଦୀ କହିଛନ୍ତି, ଆମେ ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଅନେକ ପ୍ରୟାସ କରିଛୁ । ଆମେରିକା ଗତ ୪୦ ବର୍ଷ ଭିତରେ ଏବେ ସର୍ବାଧିକ ଦରବୃଦ୍ଧିର ଶିକାର ହୋଇଛି । ବ୍ରିଟେନରେ ଦରବୃଦ୍ଧିରେ ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ୟୁପିଏ ସରକାର ସହ ତୁଳନା କଲେ ଜାଣିପାରିବେ ଯେ ଦରବୃଦ୍ଧି କଣ? କିଛି ଲୋକ ଭାବୁଛନ୍ତି ଭାରତ ୧୯୪୭ ପରେ ଜନ୍ମ ନେଇଛି । ଆଉ ଏଭଳି ଭାବନା ହିଁ ସମସ୍ୟା ସୃଷ୍ଟି କରୁଛି । ଯେଉଁମାନଙ୍କୁ ୫୦ ବର୍ଷରୁ ଅଧିକ ସମୟ ଧରି କାମ କରିବାକୁ ସୁଯୋଗ ମିଳିଥିଲା ସେମାନେ କିଛି କଲେ ନାହିଁ । ୧୯୭୫ରେ ଗଣତନ୍ତ୍ର ତଣ୍ଟି ଚିପି ଥିବା ଦଳକୁ ଗଣତନ୍ତ୍ର ଉପରେ କହିବାର ଆବଶ୍ୟକତା ନାହିଁ । ଭାରତର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହେଉଛି ପରିବାରବାଦ, ଏହାକୁ ମାନିବାକୁ ପଡିବ । ଦଳରେ ଯେତେବେଳେ କୌଣସି ପରିବାର ସର୍ବଶକ୍ତିମାନ ହୋଇଯାଏ ସେତେବେଳେ ଅନେକ ପ୍ରତିଭାଙ୍କର ମୃତ୍ୟୁ ହୋଇଥାଏ ।

କଂଗ୍ରେସକୁ ଟାର୍ଗେଟ କରିବା ସହ ନିଜ ସରକାରର ପ୍ରଂଶସା କରିବାକୁ ପଛାଇ ନାହାନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୦୦ ବର୍ଷ ମଧ୍ୟରେ ବିଶ୍ୱ ଏଭଳି ମହାମାରୀ ସଙ୍କଟ ଦେଖିନଥିଲା । ପୂରା ବିଶ୍ୱ ଏହି ସଙ୍କଟରେ କବଳିତ । କିନ୍ତୁ ଏଭଳି ସଙ୍କଟ ସମୟରେ ବି ଭାରତ ମୁଣ୍ଡ ଟେକି ଛିଡା ହୋଇଛି । କରୋନା ଟିକା ପାଇଁ ପୂରା ବିଶ୍ୱ ଭାରତକୁ ବାହାବା କରୁଛି ।

Related Posts