କରୋନା ବିସ୍ଫୋରଣ : ରେଡ ଜୋନରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ସହ ସାମିଲ ହେଲା କଟକ ଓ ସମ୍ବଲପୁର

ରାଜ୍ୟରେ କରୋନା ର ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି | ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ପାର କଲାଣି । ଦିନକରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି |

ଗତ ୨୪ ଘଣ୍ଟାରେ ୧୦୦୫୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ପୁଣି ଏକ ଓମିକ୍ରନ୍ ବିସ୍ଫୋରଣ ହୋଇ ଏକାଥରକରେ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାକୁ ନେଇ ଏବେ ରାଜ୍ୟରେ ଅତି ଉଦବେଗଜନକ ସ୍ଥିତିରେ ରହିଛି କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ ଓମିକ୍ରନ୍ । ପୂର୍ବରୁ କେବଳ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ରେଡ୍ ଜୋନ୍‌ରେ ରହିଥିବା ବେଳେ ଆଜି କଟକ ଓ ସମ୍ବଲପୁର ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ରେଡ୍ ଜୋନ୍‌ରେ ସାମିଲ ହୋଇଛି ।

ଗତ ସପ୍ତାହରେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ରହିଥିବା ବେଳେ ଆଜି ୧୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟର ଟିପିଆର ବା ଟେଷ୍ଟ ପଜିଟିଭ୍ ରେଟ୍ ଏବେ ୧୧.୭୭ ପ୍ରତିଶତ ରହିଛି । ଯାହା ଅତି ଚିନ୍ତାଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ପ୍ରକାଶ ଯେ, ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ ଜଣ, ସୁନ୍ଦରଗଡ଼ରୁ ୧୩୪୮ ଜଣ, କଟକରୁ ୮୭୦ ଜଣ, ସମ୍ବଲପୁରରୁ ୫୭୦ ଜଣ, ମୟୂରଭଞ୍ଜରୁ ୪୨୩ ଜଣ,ବାଲେଶ୍ବରରୁ ୨୭୮ ଜଣ, ପୁରୀରୁ ୨୭୨ ଜଣ, ଝାରସୁଗୁଡ଼ାରୁ ୨୧୯ ଜଣ,ବଲାଙ୍ଗୀରରୁ ୨୧୬ ଜଣ, ଯାଜପୁରରୁ ୨୧୨ ଜଣ,କୋରାପୁଟରୁ ୧୫୫ ଜଣ, ଗଞ୍ଜାମରୁ ୧୫୪ ଜଣ, ଜଗତସିଂହପୁରରୁ ୧୪୨ ଜଣ, ଭଦ୍ରକରୁ ୧୩୮ ଜଣ,ରାୟଗଡ଼ାରୁ ୧୩୧ ଜଣ, କଳାହାଣ୍ଡିରୁ ୧୨୩ ଜଣ,ନବରଙ୍ଗପୁରରୁ ୧୨୨ ଜଣ, କେନ୍ଦୁଝରରୁ ୧୦୯ ଜଣ, ସୋନପୁରରୁ ୧୦୬ ଜଣ, ନୟାଗଡ଼ରୁ ୧୦୨ ଜଣ, ଗଜପତିରୁ ୮୨ ଜଣ, ବରଗଡ଼ରୁ ୭୬ ଜଣ,ନୂଆପଡ଼ାରୁ ୬୬ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, ଢ଼େଙ୍କାନାଳରୁ ୫୦ ଜଣ, ଅନୁଗୁଳରୁ ୪୬ ଜଣ,କନ୍ଧମାାଳରୁ ୩୬ ଜଣ, ଦେବଗଡ଼ରୁ ୧୮ ଜଣ,ମାଲକାନଗିରିରୁ ୧୭ ଜଣ, ବୌଦ୍ଧରୁ ୧୫ ଜଣ ଏବଂ ଷ୍ଟେଟ୍ ପୁଲ୍‌୍ରୁ ୭୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts