ନର୍ସରୀରୁ ଠୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶୀତ ଛୁଟି ଘୋଷଣା

ଜାନୁୟାରୀ ୧ ରୁ ରାଜଧାନୀ ଦିଲ୍ଲୀରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ଛୁଟି | ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି | ଏବେ ବି ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ହେବା ପରେ ବିଦ୍ୟାଳୟଗୁଡିକୁ ବନ୍ଦ କରିବାକୁ ପଡିଥିଲା ।

ବର୍ତ୍ତମାନ ଦିଲ୍ଲୀରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହା ସହିତ ଦିନକୁ ଦିନ କୋଭିଡ ଏବଂ ଓମିକ୍ରନ ମାମଲା ମଧ୍ୟ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୩୩୧ଟି ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ଜୁନ ୬ ତାରିଖ ପରେ ଆଜି ସବୁଠୁ ଅଧିକ ମାମଲା ରେକର୍ଡ ହୋଇଥିବା ଜଣାପଡିଛି । ସେହିପରି ପଜିଟିଭ ହାର ମଧ୍ୟ ଜୁନ ୨ ପରଠୁ ସର୍ବାଧିକ ରହିଛି ।ଏସବୁକୁ ଦୃଷ୍ଟିରେ ରଖି ନର୍ସରୀରୁ ପଞ୍ଚମ ଶ୍ରେଣୀ ଯାଏଁ ଶୀତ ଛୁଟି ଦିଆଯାଇଛି ।

Related Posts