କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ନୂଆ ଅଧ୍ୟକ୍ଷ ହେଲେ ବିନିତ ଯୋଶୀ

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ବିନିତ ଯୋଶୀ | ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟରେ ଅତିରିକ୍ତ ସଚିବଭାବେ ସେ ଦାଇତ୍ୱ ତୁଲାଉଥିବା ବେଳେ, ତାଙ୍କୁ ଏବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ର ନୂଆ ଅଧକ୍ଷ ଭାବେ ନିଯୁକ୍ତି ମିଳିଛି | ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ବରେ ଥିବା ଓଡିଶା କ୍ୟାଡରର IAS ଅଧିକାରୀ ମନୋଜ ଆହୁଜାଙ୍କ ସ୍ଥାନରେ ବିନିତ ଯୋଶୀଙ୍କୁ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ମନୋଜ ଆହୁଜାଙ୍କୁ ନୂତନ ଦାୟିତ୍ବରେ ନିଯୁକ୍ତ କରାଯିବ କିନ୍ତୁ ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ୧୯୯୦ ବ୍ୟାଚର ଏଡିଶା କ୍ୟାଡର IAS ଅଧିକାରୀ ହୋଇଥିବା ବେଳେ ୨୦୨୦ମେ ମାସରୁ ସେ CBSEର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ ।ସୂଚନା ଅନୁଯାୟୀ, ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ବିବୃତ୍ତିରେ ଏହି ପରିବର୍ତ୍ତନ ଘୋଷଣା କରାଯାଇଛି। ବିନିତ ଯୋଶୀ ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ବର୍ତ୍ତମାନର ଦାୟିତ୍ୱ ବ୍ୟତୀତ ସିବିଏସ୍ଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ବିନିତ ଯୋଶୀ ମଣିପୁରର 1992 ବ୍ୟାଚ୍ IAS ଅଧିକାରୀ ଏବଂ ସେ ଜାତୀୟ ପରୀକ୍ଷା ଏଜେନ୍ସିର ପରିଚାଳନା ପରିଷଦର ସଦସ୍ୟ |

Related Posts