କେରଳ SDPI ନେତା ହତ୍ୟାକଣ୍ଡ ଘଟଣା: 2 ଅଭିଯୁକ୍ତକୁ ଗିରଫ କଲା ପୋଲିସ

କେରଳରେ SDPI ନେତା କେ.ଏସ. ସାନଙ୍କ ହତ୍ୟାକାଣ୍ଡ ଘଟଣାର ହେଲା ପର୍ଦାଫାଶ | ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି | ସେହିପରି ବିଜେପି ଓବିସି ସେଲର ସମ୍ପାଦକ ଶ୍ରୀନିବାସଙ୍କ ହତ୍ୟା ଘଟଣାରେ ତଦନ୍ତ ମଧ୍ୟ ଆଗେଇଥିବା ପୋଲିସ କହିଛି |

ଏହି ଦୁଇ ରାଜନୈତିକ ହତ୍ୟାକାଣ୍ଡରେ କେରଳ ଆଇନ ଶୃଙ୍ଖଳା ADGP ବିଜୟ ଶେଖର ନିଜେ ତଦନ୍ତ ପାଇଁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT)ର ନେତୃତ୍ବ ନେଉଛନ୍ତି । ପ୍ରାଥମିକ ଭାବେ ଟିମ ହାତରେ ଲାଗିଥିବା ତଥ୍ୟରୁ ଏହି ଦୁଇ ହାଇପ୍ରୋଫାଇଲ ରାଜନୈତିକ ହତ୍ୟାକାଣ୍ଡରେ ପ୍ରତ୍ୟେକ ହତ୍ୟାକାଣ୍ଡରେ ପ୍ରାୟ ୧୦ ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି ।ବର୍ତ୍ତମାନ ସୁଦ୍ଧା SDPI ନେତା କେ.ଏସ.ସାନଙ୍କ ହତ୍ୟା ଘଟଣାରେ ପ୍ରସାଦ ଓ ରସେଥ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୮ ଜଣଙ୍କୁ ମଧ୍ୟ ଚିହ୍ନଟ ସରିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଠାବ କରିବାରେ ସଫଳ ହେବା ନେଇ ପୋଲିସ କହିଛି । ବର୍ତ୍ତମାନ ପୋଲିସ କବଜା ଆସିଥିବା ପ୍ରସାଦ ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ସେ ହତ୍ୟାକାଣ୍ଡର ସମସ୍ତ ଷଡଯନ୍ତ୍ର କରିଥିବା ସହ ଅନ୍ୟ ଅଭିଯୁକ୍ତଙ୍କ ସହାୟତାରେ ହତ୍ୟାକାଣ୍ଡକୁ ରୂପ ଦେଇଥିବା ପୋଲିସ କହିଛି ।ସେହିପରି ବିଜେପି ନେତା ଶ୍ରୀନିବାସଙ୍କ ହତ୍ୟାକାଣ୍ଡରେ ମଧ୍ୟ ପୋଲିସ ହାତରେ କିଛି ବଳିଷ୍ଠ ତଥ୍ୟ ଲାଗିଥିବା କୁହାଯାଇଛି । ଏହି ଘଟଣାରେ କୌଣସି ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇ ନଥିବାବେଳେ ହତ୍ୟାକାଣ୍ଡ ଭିଆଇ ଥିବା ପ୍ରାୟ ୧୨ ଜଣଙ୍କୁ ଚିହ୍ନଟ ସରିଛି । ଖୁବ ଶୀଘ୍ର ସେମାନେ ମଧ୍ୟ ପୋଲିସ କବଜା ଆସିବେ ବୋଲି ଅନୁମାନ କରାଯାଉଛି ।

Related Posts