ପ୍ରଦୀପ କୁମାର ରାଓ୍ବତ ହେବେ ଚୀନର ନୂଆ ଆମ୍ବାସଡର

1990 ବ୍ୟାଚର ବୈଦେଶିକ ସେବା(IFS) ଅଧିକାରୀ ପ୍ରଦୀପ କୁମାର ରାଓ୍ବତ ହେବେ ଚୀନର ନୂଆ ଆମ୍ବାସଡର | ଆଜି (ସୋମବାର) ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଭାରତୀୟ ଦାୟିତ୍ବରେ ରହିଛନ୍ତି । ତେବେ ତାଙ୍କୁ ଚୀନରେ ଅବସ୍ଥାପିତ କରିବା ନେଇ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ନେଇ ବୈଦେଶିକ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି । ସେ ଖୁବଶୀଘ୍ର ନୂଆ ଦାୟିତ୍ବ ଗ୍ରହଣ କରିବେ |

ବର୍ତ୍ତମାନ ବିକ୍ରମ ମିଶ୍ରି ବେଜିଂରେ ଭାରତର ରାଷ୍ଟ୍ରଦୂତ ଥିବାବେଳେ ତାଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିବେ ପ୍ରଦୀପ । ବର୍ତ୍ତମାନ ପୂର୍ବ-ଲଦାଖ ସୀମାରେ ଦୁଇ ଦେଶ ମଧ୍ୟରେ ଦେଖାଯାଇଥିବା ସଙ୍କଟ ଓ ଏହାର ସମାଧାନ ପ୍ରଦୀପଙ୍କ ପାଇଁ ଏକ ବଡ ଆହ୍ବାନ ହେବା ନେଇ ବିଚାର କରାଯାଉଛି ।

Related Posts