ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା | ସରାଙ୍ଗ ବ୍ରିଜରୁ ବ୍ରାହ୍ମଣୀ ନଦୀକୁ ଖସିଲା ଆଇରନ ଓର ବୋଝେଇ ଟ୍ରକ୍ | ଫଳରେ ଏହି ଦୁର୍ଘଟାରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର । ଆଇରନ୍ ଓର୍ ବୋଝେଇ ଟ୍ରକ କେନ୍ଦୁଝରରୁ ଅନୁଗୋଳ ଯାଉଥିଲା |

ଜଟିଆ ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଟ୍ରକର ଆଗ ଚକା ଫାଟି ଯାଇଥିଲା । ଫଳରେ ଟ୍ରକଟି ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍ । ଟ୍ରକ ଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ ।

Related Posts