କ୍ୟାପିଟାଲ୍ ହାଇସ୍କୁଲରେ କରୋନା ଆତଙ୍କ, ୨ ଛାତ୍ର ପଜିଟିଭ୍

ରାଜ୍ୟ ରେ ଜାରି ରହିଛି କରୋନା ଆତଙ୍କ | ସେପଟେ କରୋନା ମହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥାର ଭିତିଭୂମି ଦବି ଯିବାକୁ ବସିଥିବା ବେଳେ, ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ, ଖୋଲିଛି ବିଦ୍ୟାଳୟ | ସେପଟେ କ୍ୟାପିଟାଲ ହାଇସ୍କୁଲରେ ୨ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ନବମ ଶ୍ରେଣୀର ଦୁଇ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ । ସ୍କୁଲରେ ବିଏମ୍‌ସି ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଛାତ୍ର ଏବେ ହୋମ୍ ଆସୋଲେସନରେ ଅଛନ୍ତି ।

ଏ ନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି |

Related Posts