ଜନ୍ମ ଦିନ ପାଳନ କଲେନି କଂଗ୍ରେସ ଅଧ୍ୟକ୍ଷା, ଜଣାନ୍ତୁ କାହିଁକି

୭୫ ବର୍ଷ ବୟସରେ ପାଦ ଥାପିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ | ତେବେ ଗୁରୁବାର ଅର୍ଥାତ ଆଜି ତାଙ୍କ ଜନ୍ମ ଦିନ ପଡୁଥିବା ବେଳେ, ସେ ଆଜି ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି | ଏନେଇ ବୁଧବାର ସନ୍ଧ୍ୟାରେ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଥିଲା |

ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ଦଳର ମୁଖ୍ୟଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି ଏବଂ ଦଳ ଅଧ୍ୟକ୍ଷାଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ସମସ୍ତ ପ୍ରକାରର ଉତ୍ସବରୁ ନିଜକୁ ଓ ଦଳକୁ ଏଡାଇବାକୁ ଦଳୀୟ କର୍ମୀମାନଙ୍କୁ ସେ ଅନୁରୋଧ କରିଛନ୍ତି।

ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟଟର ଦୁର୍ଘଟଣାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ଦଳ ପକ୍ଷରୁ ଏହି ଘୋଷଣା କରାଯାଇଛି। ସମସ୍ତ ଉତ୍ସବକୁ କଠୋର ଭାବରେ ଏଡାଇବାକୁ ଦଳୀୟ କର୍ମୀ ଏବଂ ସମର୍ଥକମାନଙ୍କୁ ଅନୁରୋଧ କରି ବେଣୁଗୋପାଳ କହିଛନ୍ତି। ଲୋକସଭାରେ କଂଗ୍ରେସ ମୁଖ୍ୟ ସଚେତକ ମାନିକ୍କମ୍‌ ଟାଗୋର କରିଛନ୍ତି, କଂଗ୍ରେସ ସଭାପତିଙ୍କ ଏପ୍ରକାର ନିଷ୍ପତ୍ତି ତାଙ୍କ ସମ୍ବେଦନଶୀଳତାର ଆଉ ଏକ ଉଦାହରଣ। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାଓ୍ଵତଙ୍କ ବିୟୋଗରେ କଂଗ୍ରେସ ଦଳ ଉତ୍ସବ ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

Related Posts