ପାରାଦୀପ(ସତ୍ୟପାଠବ୍ୟୁରୋ) : ପାରାଦୀପ ଗଡ଼ ବଜାର ନିକଟରେ ପାଣି ଭର୍ତ୍ତି ଖାଲକୁ ଖସିଲା କାର। ଫଳରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ। ପାରାଦୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରୁଥିଲେ ବିଭୂତି। ଡିଭାଇଡରରେ ପିଟି ହୋଇ ଖାଲକୁ ଖସିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି। ଦମ୍ପତିଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।