ଖୁବଶୀଘ୍ର ଖୋଲିବ ସ୍କୁଲ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ ଅନଲାଇନରେ ଶିକ୍ଷାଦାନ ଜାରି ରହିଥିଲା । ତେବେ ବର୍ତ୍ତମାନ ରାଜ୍ୟରେ ସ୍କୁଲ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ଅଫିସ, ଫ୍ୟାକ୍ଟ୍ରି, ଘରୋଇ ସଂସ୍ଥା, ସିନେମା ହଲ ଆଦି ଖୋଲିଛି ।ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ ।

ରାଜ୍ୟରେ ସଂକ୍ରମଣ ହାର କମୁଥିବା ବେଳେ, ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି | ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ହ ୍ରାସ ପାଉଥିବାରୁ କଟକଣା କୋହଳ କରୁଛନ୍ତି ସରକାର । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତି ହୋଇନି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । କେବେ ସ୍କୁଲ ଖୋଲିବ, ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ଆଗକୁ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍‌ ସମୟ ଥିବାରୁ ସିଲାବସ୍‌ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍‌ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି ।

Related Posts