
ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ହେଲେ କଂଗ୍ରେସ ପକ୍ଷରୁ ଏଥର ମୁଖ୍ୟମନ୍ତ୍ରୀ କିଏ ହେବ ? ଦଳ କାହାକୁ ବାଛିବ ? କାହିଁକିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲିଷ୍ଟରେ ଅନେକ ନେତା ଅଛନ୍ତି । କିନ୍ତୁ ଏଥର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ସେନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ଏପରିକି ଏନେଇ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ହେଉଥିବାର କଥା ମଧ୍ୟ ସାମ୍ନାକୁ ଆସିଛି । ବିଶେଷକରି ସିଦ୍ଧୁ ଓ ଚନ୍ନୀଙ୍କ ମଧ୍ୟରେ ଏହି କନ୍ଦଳ ଦେଖାଦେଇଥିଲା । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଉ ଜଣଙ୍କ ଚେହେରା ସାମ୍ନାକୁ ଆସିଛି । ଏହା ମଧ୍ୟରେ ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଣ୍ଡଙ୍କ ବିବୃତ୍ତି ଏକ ନୂଆ ବିବାଦ ସୃଷ୍ଟି କରିଛି। ତେବେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ଦଳର ୭୯ ଜଣ ବିଧାୟକଙ୍କ ମଧ୍ୟରୁ ୪୨ ଜଣ ଚାହୁଁଥିଲେ ଯେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେପଟେ କେବଳ ଦୁଇ ଜଣ ବିଧାୟକ ହିଁ ଚାହୁଁଥିଲେ ଚରଣଜିତ ସିଂହ ଚନ୍ନୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । କେବଳ ଏତିକି ନୁର୍ହେ ବରଂ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପ-ମୁଖ୍ୟମନ୍ତ୍ରୀ ପଦବୀ ପ୍ରଦାନ କରିଥିବା ସୁନୀଲ ଜାଖର ମଧ୍ୟ ଦାବି କରିଛନ୍ତି କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ସେପଟେ ଅବୋହରରେ ଏକ ଜନସଭାରେ ସୁନୀଲ ଜାଖଣ୍ଡ ଏପରି କହିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ୧୬ ଜଣ ବିଧାୟକ ସୁଖଜିନ୍ଦର ରାଣ୍ଡୱାଙ୍କୁ ସମର୍ଥନ କରିଥିଲେ । ସେହିପରି ୧୨ ଜଣ ବିଧାୟକ କ୍ୟାପଟେନଙ୍କ ପତ୍ନୀ ପରଣିତ କୌରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚାହୁଁଥିବାବେଳେ ୬ ଜଣ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ସପକ୍ଷରେ ବାହାରିଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ଚରଣଜିତ୍ ସିଂ ଚାନ୍ନି ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସୁଖଜିନ୍ଦର ରାନ୍ଧୱା ଏବଂ ଓପି ସୋନି ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଜାଖଣ୍ଡ କିଛି ସମୟ ଧରି ନିଜ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି । ସେପଟେ ଜାଖଣ୍ଡଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଏହାର ସିଏମ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି। ଜାନୁଆରୀ ୨୭ ରେ ଜଲନ୍ଧରରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଦଳର କର୍ମୀମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତ୍ତି ନେବେ।
ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ?
ରାହୁଲ ଗାନ୍ଧୀ କହିଛନ୍ତି, ଆମେ କାରରେ କଥାବାର୍ତ୍ତା ହୋଇଥିଲେ ଯେ ପରବର୍ତ୍ତୀ ସମୟରେ ପଞ୍ଜାବକୁ କିଏ ଆଗେଇ ନେବ? ମିଡିଆର ଲୋକମାନେ ଏହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥାନ୍ତି । ଉଭୟ ଚାନ୍ନିଜୀ ଏବଂ ସିଦ୍ଧୁଜୀ ମୋତେ କହିଥିଲେ ଯେ ପଞ୍ଜାବ ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି କଂଗ୍ରେସର ନେତୃତ୍ୱ ନେବେ କିଏ? ଉଭୟ ଚନ୍ନି ଏବଂ ସିଦ୍ଧୁ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଯିଏ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ଉଭୟ ତାଙ୍କୁ ସମର୍ଥନ ଜଣାଇବେ । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି, ‘ଦୁଇଜଣ ଲୋକ ଆଗେଇ ପାରିବେ ନାହିଁ। କେବଳ ଜଣେ ନେତୃତ୍ୱ ନେବେ । ମୁଁ ତାଙ୍କ କଥା ଶୁଣୁଥିଲି । ମୁଁ ଖୁସି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ସ୍ଥିର କରିବାକୁ ଆମେ କଂଗ୍ରେସ କର୍ମୀଙ୍କୁ କହିବୁ ବୋଲି ରାହୁଲ ଗାନ୍ଧୀ କହିଥିଲେ । ଫେବୃଆରୀ ୨୦ ରେ ପଞ୍ଜାବରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ରେ ପଞ୍ଜାବ ନିର୍ବାଚନର ଫଳାଫଳ ଆସିବ।