ଖୋର୍ଦ୍ଧାରେ ବଢୁଛି ବ୍ରାଉନ ସୁଗାର କାରବାର, ୧୮୦ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ମହିଳା ଗିରଫ

ଖୋର୍ଦ୍ଧା ସହର ଏବେ ବ୍ରାଉନ ସୁଗାର ବେପାରୀଙ୍କ କବ୍ଜାରେ | ଦିନ କୁ ଦିନ ବ୍ରାଉନ ସୁଗାର କାରବାର ବଢିବାକୁ ଲାଗୁଛି | ବେଧଡକ ଭାବରେ ବ୍ରାଉନ ସୁଗାର ବେପାର କରୁଛନ୍ତି ବେପାରୀ | ତେବେ ଅନେକ ସମୟରେ ଏନେଇ ପୋଲିସ କୁ ସଫଳତା ମିଳୁଥିବା ବେଳେ, ଏବେ ପୁଣି ଫ୍ଲାଇଂ ସ୍କ୍ୱାର୍ଡର ଏକ ଟିମ ଖୋର୍ଦ୍ଧା ଥାନା ଅନ୍ତର୍ଗତ ବରୁଣେଇ ନଗରର ଏକ ଘରେ ଚଢ଼ାଉ କରିଛି | ସେଠାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିଛି ।

ଫ୍ଲାଇଂ ସ୍କ୍ୱାର୍ଡ ଅନିତା ପରମଗୁରୁ ନାମ୍ନୀ ମହିଳାକୁ ଗିରଫ କରିଛି । ଏହା ସହ ତାଙ୍କ ଠାରୁ ୧୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ତେବେ ଅନେକ ଦିନ ଅନିତା ବ୍ରାଉନ ସୁଗାର କାରବାର କରୁଥିଲେ ବୋଲି ଜଣା ପଡ଼ିଛି ।

ତେବେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି ।ତେବେ ବର୍ତ୍ତମାନ ଯାହା ଦେଖିବାକୁ ମିଳୁଛି ରାଜ୍ୟରେ ନିଶା କାରବାରରେ ବଢୁଛି ମହିଳାଙ୍କ ସମ୍ପୃକ୍ତି । କେବଳ ଏହି ଗୋଟିଏ ଘଟଣା ନୁହେଁ ଆଗରୁ ମଧ୍ୟ ଏହି ଗଞ୍ଜେଇ କାରବାରରେ ଏକାଧିକ ମହିଳାଙ୍କୁ ଗିରଫ କରିଥିଲା ପୋଲିସ୍ |

Related Posts