ମିଆଁମାର, (ସତ୍ୟପାଠବ୍ୟୁରୋ): ମିଆଁମାରରେ ଗୃହବନ୍ଦୀ ଥିବା ଡେମୋକ୍ରାଟିକ୍ ନେତ୍ରୀ ଅଙ୍ଗ ସାନ୍ ସୁ କି ସୋମବାର ଦେଶର ରେଡକ୍ରସ୍ ପ୍ରତିନିଧିଙ୍କୁ ଭେଟିଛନ୍ତି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ୨୦୨୧ ମସିହାର ସାମରିକ ବିଦ୍ରୋହରେ ତାଙ୍କୁ ଗାଦିଚ୍ୟୁତ କରାଯିବା ପରେ ସେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି। ମିଆଁମାରରେ ଅନ୍ତର୍ଜାତୀୟ ରେଡକ୍ରସ କମିଟିର ଆବାସିକ ପ୍ରତିନିଧି ଆର୍ନାଉଡ୍ ଡି ବେକ୍, ସୋମବାର ସକାଳେ ଅଙ୍ଗ ସାନ୍ ସୁ କିଙ୍କୁ ଭେଟିଛନ୍ତି ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏକ ବିବୃତିରେ କୁହାଯାଇଛି। ଏକ ଫଟୋରେ ସୁ କି ଜନ୍ମଦିନର କେକ୍ କାଟୁଛନ୍ତି ଏବଂ ଅନ୍ୟ ଏକ ଫଟୋରେ କେକ୍ ଦେଖାଯାଉଛି ଯେଉଁଥିରେ ଲେଖା ଅଛି, ‘ଜନ୍ମଦିନର ଶୁଭେଚ୍ଛା ଆଣ୍ଟି ସୁ’।
