ଗୃହ ସଙ୍ଗରୋଧଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ଜାରି

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗୃହ ସଙ୍ଗରୋଧଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌ ଜାରି କରିଛି । କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ବିଚଳିତ ନ ହୋଇ ଘରେ ରହିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଛି । ତେବେ ଗୁରୁତର ବା ଅନ୍ୟ ଜଟିଳ ରୋଗୀମାନେ ଅବଶ୍ୟକ ସ୍ଥଳରେ ମେଡିକାଲରେ ରହି ପାରିବେ। ଗୃହ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ପୃଥକ ଶୌଚାଳୟ ବ୍ୟବହାର କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଛି ।

ଅକ୍ସିଜେନରେ ସମସ୍ୟା ଦେଖା ଗଲେ ତୁରନ୍ତ ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ହେଲ୍ପଲାଇନ୍‌ ନମ୍ବର ୧୯୨୯କୁ ଫୋନ କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି । ଲକ୍ଷଣ କମ୍‌ଥିଲେ ଜଣେ ବ୍ୟକ୍ତି ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହି ପାରିବେ । ତୃତୀୟ ଲହରୀରେ ଚିହ୍ନଟ ହୋଇଥିବା ୧୧ ହଜାର କୋଭିଡ ରୋଗୀଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଗୃହ ସଙ୍ଗରୋଧରେ ରହିଛନ୍ତି ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ସେହିପରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରଚାର ଗାଡି ମାଧ୍ୟମରେ ସଚେନତତା କରିଛି ବିଏମ୍‌ସି |

Related Posts