ଗେରୁଆ ବସ୍ତ୍ର ପରିଧାନ କରି ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ବାରଣାସୀର ଲଳିତା ଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗେରୁଆ ବସ୍ତ୍ର ପରିଧାନ କରି ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇଛନ୍ତି । ସ୍ନାନ ପରେ ପୂଜାର୍ଚ୍ଚନା କରି ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରିବା ସହ ଜଳ ନେଇ କାଶି ବିଶ୍ୱନାଥ ଯିବେ ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରେ ଭବ୍ୟ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିବେ । ଏହି କରିଡର କାଶୀ ବିଶ୍ୱନାଥ ମନ୍ଦିର ସହ ଗଙ୍ଗା ଘାଟର ସଂଯୋଗ କରିବ । ୯୦୦ କୋଟି ଟଙ୍କାରେ ଏହି ପ୍ରକଳ୍ପରେ ୭୫ ମିଟର ଓସାରର ଚଲାପଥ ନିର୍ମାଣ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୩୩୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୨୩ଟି କୋଠାର ଉଦଘାଟନ କରିବେ । ମନ୍ଦିରକୁ ବୁଲିବାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଏହି ଏହି କୋଠା ଗୁଡିକ ନିର୍ମାଣ କରାଯାଇଛି ।

ଏହି କୋଠାରେ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା କେନ୍ଦ୍ର, ପର୍ୟ୍ୟଟକ ସହାୟତା କେନ୍ଦ୍ର, ବେଦିକ କେନ୍ଦ୍ର, ଫୁଡ୍ କୋର୍ଟ, ସଂଗ୍ରହାଳୟ ଆଦି ରହିଛି । ୨୦୧୯ରେ ଏହି ମେଗା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Related Posts