ଦକ୍ଷିଣ ଆଫ୍ରିକାରେ ୬୯ ବର୍ଷିୟ ରାଷ୍ଟ୍ରପତି ସିରୁଲ୍‌ ରାମୁଫୋସାଙ୍କୁ କୋଭିଡ୍-୧୯ ପଜିଟିଭ୍‌ । ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିବା କଥା ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି।

ଏ ସଂକ୍ରାନ୍ତରେ ଜାରି ବିବୃତିରେ ଉଲ୍ଲେଖ ଅଛି, ଆଜି ପୂର୍ବାହ୍ନରେ କେପ୍‌ ଟାଉନ୍‌ରେ ପୂର୍ବତନ ଉପରାଷ୍ଟ୍ରପତି ଏଫ୍‌ଡବ୍ଲୁ ଡି କ୍ଲର୍କଙ୍କ ସମ୍ମାନାର୍ଥେ ଆୟୋଜିତ ‘ରାଷ୍ଟ୍ରୀୟ ସ୍ମାରକୀ ସେବା’ ଉତ୍ସବରୁ ଫେରିବା ପରେ ରାଷ୍ଟ୍ରପତି ଅସୁସ୍ଥ ଅନୁଭବ କରିଥିଲେ।

ସ୍ମାରକୀ ସେବାରେ ମାସ୍କ୍‌ ପରିହିତ ରାମୁଫୋସା ଦକ୍ଷିଣ ଆଫ୍ରିକାର ଶ୍ବେତାଙ୍ଗ ସଂଖ୍ୟାଲଘୁ ସରକାରର ଶେଷ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଶ୍ବେତାଙ୍ଗ ସଂଖ୍ୟାଲଘୁ ସରକାରର ଅବସାନ ପାଇଁ ଆବଶ୍ୟକ ବୁଝାମଣାରେ କ୍ଲର୍କ ସହଯୋଗ କରିଥିଲେ।