ଘରୋଇ କଳିରୁ ଜନ୍ମକଲା ମାଆ ପାଲଟିଲା ପିଶାଚ, ନେଇଗଲା ୨ ମାସର ଶିଶୁର ଜୀବନ

ସତ୍ୟପାଠ 03/01 କେନ୍ଦ୍ରାପଡା: ମା’ ନା ରାକ୍ଷସୀ ? ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ । ସାଧାରଣତଃ ପଶୁମାନେ ପିଲା ଜନ୍ମ କରି ଖାଇଦେଉଥିବା ଦେଖିବାକୁ ପାଇଥାଉ, ହେଲେ ଏ ମଣିଷ ସମାଜରେ ବି ସଂଘରତିକ ମା ଥାନ୍ତି ଯାହା ଡାହାଣୀ ଠାରୁ ହୀନ, ନିଜର ୨ ମାସର ଶିଶୁପୁତ୍ରକୁ ତଣ୍ଟିଚିପି ଫିଙ୍ଗିଦେଲା ଜନ୍ମକଲା ମାଆ। ଭିଣୋଇ ସହ ପାପ ସମ୍ପର୍କ ନେଇ ଆସିଲା ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁରେ ଘଟିଛି ଏଭଳି ସ୍ପର୍ଶକାତର ଘଟଣା। ସୂଚନାନୁଯାୟୀ, ମାର୍ଶାଘାଇ ଥାନା କାନପୁର ଗାଁର ସତ୍ୟ ରଞ୍ଜନ ପରିଡାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ରବିବାର ବିଳମ୍ବିତ ରାତିରେ ତଣ୍ଟି ଚିପି ମାରି ଅଖାରେ ପୁରାଇ ଘର ନିକଟ ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଛନ୍ତି । ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ଘଟଣା ଘଟାଇଥିବା ମାଆ ପରିବାର ଲୋକଙ୍କ ଆଗରେ ନିଜେ ମାରି ଦେଇଥିବା ପ୍ରକାଶ କରିଥିଲା । ଏନେଇ ଅଭିଯୋଗ ପାଇବା ପରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅ ଭିତରୁ ମୃତ ଶିଶୁ ପୁତ୍ରର ଶବକୁ ଉଦ୍ଧାର କରିଛି ।

ପୋଲିସ ଲକ୍ଷ୍ମୀପ୍ରିୟା ଏବଂ ତାଙ୍କ ସ୍ଵାମୀ ସତ୍ୟ ରଞ୍ଜନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଏପଟେ ମହିଳାଙ୍କର ତାଙ୍କ ଭିଣୋଇ ସହିତ ସମ୍ପର୍କ ଥିବା କାରଣରୁ ଶିଶୁଟିକୁ ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଏବଂ ସ୍ଥାନୀୟ ଲୋକେ।

Related Posts