ଚର୍ଚ୍ଚାରେ ପଞ୍ଜାବ ରାଜନୀତି: କଂଗ୍ରେସର ସାଂସଦ ହୋଇ ବିଜେପି ପାଇଁ ପ୍ରଚାର କଲେ ପରନୀତ କୌର

ପୁଣି ଚର୍ଚ୍ଚାରେ ପଞ୍ଜାବ ରାଜନୀତି । ସ୍ୱାମୀଙ୍କ ପାଇଁ ନିଜ ଦଳ ସହ ବେହିମାନି କରିଛନ୍ତି ଜଣେ ସାଂସଦ । କଂଗ୍ରେସରେ ଥାଇ ବିଜେପି ପାଇଁ କଲେ ପ୍ରଚାର କରିଛନ୍ତି ପରନୀତ କୌର। ଯାହାକୁ ନେଇ ପଦାରେ ପଡିଛି କଂଗ୍ରେସର କନ୍ଦଳ। ମୁଖ୍ୟମନ୍ତ୍ରୀ ଚନ୍ନି ଓ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ବିବାଦ ନଥମୁଣି ପୁଣି ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କଂଗ୍ରେସ ଦଳର ସାଂସଦ ଥାଇ ବି ଦଳ ବିରୋଧରେ ପ୍ରଚାର କରିଛନ୍ତି ପରନୀତ କୌର। ତାଙ୍କର ଏହି ନିର୍ବାଚନୀ ପ୍ରଚାର ଏବେ କଂଗ୍ରେସ ପାଇଁ ମହଙ୍ଗା ପଡିବ ବୋଲି ଅଶଙ୍କା କରାଯାଉଛି।

ସୂଚନା ମୁତାବକ କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂ ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ। ଏହାପରେ ସେ ପଞ୍ଜାବ ଲୋକ କଂଗ୍ରେସ ବା ପିଏଲ୍‌ସି ନାମରେ ଏକ ଦଳ ଗଠନ କରି ଚଳିତ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି। ହେଲେ ଅମରିନ୍ଦରଙ୍କ ପତ୍ନୀ ପରନୀତ କୌର ଏବେ ବି କଂଗ୍ରେସ ପକ୍ଷରୁ ସାଂସଦ ଅଛନ୍ତି।

ଚଳିତ ବିଧାନସଭା ନିର୍ବାଚନରେ ପିଏଲସି ବିଜେପି ମେଣ୍ଟ ହୋଇଥିବାରୁ ଶନିବାର ଦିନ ପଟିଆଲା ଠାରେ ବିଜେପି ଅମିରନ୍ଦରଙ୍କ ସପକ୍ଷରେ ଏକ ବୈଠକ କରିଥିଲା। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜର ପାରମ୍ପରିକ ଆସନ ପଟିଆଲା(ସହର)ରୁ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏହି ବୈଠକରେ ପଟିଆଲା ସାଂସଦ ପରନୀତ କୌର ମଧ୍ୟ ଯୋଗ ଦେଇଥିଲେ। ସେ ଏଥିରେ ଯୋଗ ଦେଇ ନିଜ ସ୍ୱାମୀ ଅମରିନ୍ଦରଙ୍କ ପାଇଁ ଭୋଟ ମାଗିବା ସହ ଜୋରସୋର୍‌ରେ ପ୍ରଚାର କରିଥିଲେ।

Related Posts