ଆମେ ଦୁହେଁ ପରସ୍ପର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ: ପ୍ରିୟଙ୍କା ଗାନ୍ଧୀ

ମୋ ଭାଇ ମୋ ଜୀବନ । ମୁଁ ତା ପାଇଁ ଆଉ ସେ ମୋ ପାଇଁ କିଛି ବି ଆମେ ଦୁହେଁ ପରସ୍ପର ପାଇଁ କରିବାକୁ ପ୍ରସ୍ତୁତ । ଏପରିକି ପରସ୍ପର ପାଇଁ ଜୀବନ ଦେବାକୁ ମଧ୍ଯ ପ୍ରସ୍ତୁତ ଥିବା କହିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଭାଇ-ଭଉଣୀଙ୍କ ମଧ୍ୟରେ ଅପଟ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିବା ପରେ ପ୍ରିୟଙ୍କା ଏହାର ଜବାବ ରଖିଛନ୍ତି। ଆମ ଭିତରେ କେଉଁଠି କଳହ ଅଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଧ୍ୟରେ ମତଭେଦ ଯୋଗୁ କଂଗ୍ରେସ ପତ୍ତନାଭିମୁଖି ହେଉଥିବା ଯୋଗୀ ଆଦିତ୍ୟନାଥ କହିଥିଲେ।

ଦ୍ୱନ୍ଦ୍ୱ ଆମ ଭିତରେ ନୁହେଁ ବରଂ ଯୋଗୀଙ୍କ ମୁଣ୍ଡରେ ଥିବା ପ୍ରିୟଙ୍କା କହିଛନ୍ତି। ସେ କହିଛନ୍ତି ଯେ, ଯୋଗୀଙ୍କ ବୟାନରୁ ବଜେପି ଭିତରେ ଦ୍ୱନ୍ଦ୍ୱ ଥିବା ଜଣାପଡ଼ୁଛି। ଯୋଗୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମଧ୍ୟରେ ତୀବ୍ର ମତଭେଦ ଥିବା ପ୍ରିୟଙ୍କା ଓଲଟି ତୀର ମାରିଛନ୍ତି। ୟୁପିର ଏକ ନର୍ବାଚନୀ ରାଲିରେ ଯୋଗ ଦେଇ ଏହା କହିଛନ୍ତି ପ୍ରିୟଙ୍କା।

Related Posts