ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ)-ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଅଭିଯୋଗ କରି ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ। ଏ ନେଇ ଭୁବନେଶ୍ବର ଶିଶୁ ଭବନ ଛକରେ ଉତ୍ତେଜନା ଦେଖାଯାଇଛି। ସାମନ୍ତରାପୁର ଅଞ୍ଚଳର ଜଣେ ନାବାଳକର ବାନ୍ତି, ମୁଣ୍ଡ ବିନ୍ଧା ହେବାରୁ ତାକୁ ଶିଶୁଭବନ ଛକରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା ଡାକ୍ତର କହିଥିଲେ। ମାତ୍ର ମେଡିକାଲ ପକ୍ଷରୁ କୌଣସି କ୍ଲିୟରାନ୍ସ ଦିଆଯାଇନଥିବା କହିଛନ୍ତି ପରିବାର ଲୋକେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଡିସଚାର୍ଜ କରିନଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ନାବାଳକକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଶିଶୁଙ୍କ ପରିବାର ଲୋକେ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାରପିଟ କରିଥିବା ପାଲଟା ଅଭିଯୋଗ କରିଛନ୍ତି।
