ଜମ୍ମୁ କାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁଁହାମୁହିଁ, ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ

ଜମ୍ମୁ କାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମୁଁହାମୁହିଁ ହୋଇଛନ୍ତି । ଫଳରେ ଏଥିରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋର ପୋଲିସ । ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋପିଆନର କିଲବାଲ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ । ଫଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ପ୍ରଥମେ ଜଣେ ଆତଙ୍କୀଙ୍କୁ ନିପାତ କରିଥିଲା ସେନା । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି କରିଥିଲା । ଏହାପରେ ଆଉ ଜଣେ ଆତଙ୍କୀକୁ ସଫା କରିଥିଲା ସୁରକ୍ଷାବାହିନୀ । ସେଠାରେ ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା କାଶ୍ମୀର ଜୋନାଲ ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ।

ମୃତ ଆତଙ୍କୀ ଦ୍ବୟ ହେଲେ ସମୀର ଅହମଦ ଶାହା ଓ ପୁଲୱାମାର ରହିଜ ଅହମଦ ମିର । ଆତଙ୍କୀ ସଂଗଠନ ଲସ୍କର-ଏ-ତାଇବା (LET)ର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ବିସ୍ଫୋରକ ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ । ଏହାପୂର୍ବରୁ ଗତ ୧୨ ତାରିଖରେ କାଶ୍ମୀରର କୁଲଗ୍ରାମ ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା । ଯେଉଁଥିଲେ ଜଣ ଆତଙ୍କୀ ନିପାତ ହୋଇଥିଲା । ଏନକାଉଣ୍ଟରେ ଜଣେ ବୀରଙ୍କୁ ହରାଇଥିଲା ଦେଶ । ବର୍ଷ ଆରମ୍ଭରୁ ଭାରତୀୟ ଯବାନ ମାନଙ୍କୁ ସଫଳତା ମିଲିଚାଲିଛି ।

Related Posts