ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ କରୋନା ସଂକ୍ରମିତ

ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜଙ୍କୁ କରୋନା । ପ୍ରଥମେ ସେ ଘରେ ରହି କୋଭିସେଲ୍ଫ କିଟ୍‌ ଜରିଆରେ ଟେଷ୍ଟ କରିଥିଲେ ମାତ୍ର ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଳା। ତାଙ୍କ ଗଳା ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଏହାପରେ ସେ ଲ୍ୟାବ ଯାଇ କରୋନା ଟେଷ୍ଟ କରିଥିଲେ, ସେଠି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ମା’ଙ୍କଠାରେ ମଧ୍ୟ ଗୋଡ ହାତ ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଜ୍ୱର ଭଳି ଲକ୍ଷଣ ରହିଛି। ଉଭୟ ଆଇସୋଲେସନରେ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି।

ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଏରିକା କୋଭିସେଲ୍ଫ କିଟ୍ ସହାୟତାରେ ଘରେ କରାଯାଇଥିବା କୋଭିଡ୍ ପରୀକ୍ଷାକୁ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ସମଗ୍ର ଦେଶରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛନ୍ତି।

Related Posts