ବିଏମସିରେ ଆରମ୍ଭ ହେଲା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ

ଆଜିଠୁ ରାଜଧାନୀ ଭୁବନେଶ୍ୱର ରେ ଆରଂଭ ହୋଇଛି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ। ଭୁବନେଶ୍ୱର ମହାନଗର ନିଗମରେ ୧ ଲକ୍ଷ ୫ ଶହ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଦ୍ଵାରା ଉପକୃତ ହେବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି କାର୍ଡ ପ୍ରଦାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭି ସି ଜରିଆରେ ବଣ୍ଟନ କରାଯାଇଛି।

ଭୁବନେଶ୍ୱରର ତିନିଟି ଜୋନରେ ଦିଆଯାଇଛି। ଝାରପଡ଼ା ଦୁର୍ଗା ମଣ୍ଡପ, ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ଏବଂ କଳିଙ୍ଗ ବିହାରରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟା ଯାଇଛି। ରାସନ୍ କାର୍ଡ ହିତାଧକାରୀମାନେ ଏହି କାର୍ଡ ପାଇଛନ୍ତି। ଏହି କାର୍ଡ ଜରିଆରେ ପରିବାର ସବୁ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ମିଳିବ। ଏହି କାର୍ଡ ଜରିଆରେ କେବଳ ଭୁବନେଶ୍ୱରର ୪୩ ଟି ହସପିଟାଲ ରେ ଚିକିତ୍ସାର ସୁବିଧା ପାଇ ପାରିବେ ହିତାଧିକାରୀ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ମଧ୍ୟରୁ ଏହା ଗୋଟିଏ।

Related Posts