ଦରଦାମ୍ ବୃଦ୍ଧି ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ଜୟପୁରରେ ବିଶାଳ ରାଲି, ସମ୍ବୋଧିତ କରିବେ ରାହୁଲ-ପ୍ରିୟଙ୍କା

ଦେଶରେ ବଢୁଥିବା ଦରଦାମ ରୁଧି ପ୍ରତିବାଦରେ ରାଜସ୍ଥାନ ଜୟପୁରରେ ବିଶାଳ ରାଲି କରିବ କଂଗ୍ରେସ । ଜୟପୁରସ୍ଥିତ ବିଦ୍ୟାନଗର ଷ୍ଟାଡିୟମ ଠାରେ ଏହି ‘ମହଙ୍ଗାଇ ହଟାଓ ମହାରାଲି’କୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାଲିରେ ସାରା ଦେଶରୁ ବହୁସଂଖ୍ୟକ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ପ୍ରମୁଖ ନେତା ଭାଗ ନେବେ । ଶନିବାର କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅଜୟ ମାକନ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ମାକନ କହିଛନ୍ତି ଯେ, ମୁଦ୍ରାସ୍ଫୀତି ବୃଦ୍ଧି ବିରୁଦ୍ଧରେ ପ୍ରସ୍ତାବିତ ରାଲିରେ ପ୍ରିୟଙ୍କା ଏବଂ ରାହୁଲ ଗାନ୍ଧୀ ଯୋଗଦାନ କରିବେ । ଏହା ଏକ ରାଷ୍ଟ୍ରୀୟ ରାଲି ଅଟେ, ଯେଉଁଥିରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ | କୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ ପୂର୍ବକ ରାଲି ଆୟୋଜିତ ହେବ । ମାସ୍କ ମହଜୁଦ ରଖାଯିବ ଏବଂ ସାମିଲ ହେବାକୁ ଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related Posts