୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା: ମିଳିଲା ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି

ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା | ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଜରୁରୀକାଳୀନ ବ୍ୟବହାର ଲାଗି କୋର୍ବେଭାକ୍ସ ଟିକା ଦିଆଯିବ | ଆସନ୍ତା କିଛି ସପ୍ତାହ ମଧ୍ୟରେ ଡିସିଜିଆଇ ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିପାରେ । ଏହାରି ଭିତରେ ଆଜି କେନ୍ଦ୍ର ସରକାର ଗ୍ରହଣ କରିବେ କୋର୍ବେଭାକ୍ସର ୩ କୋଟି ଡୋଜ୍ । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ୫ କୋଟି କୋର୍ବେଭାକ୍ସ ଟିକାର ଅର୍ଡର କରିଛନ୍ତି କେନ୍ଦ୍ର ସରକାର ।

ଏହି ଟିକାର ଦୁଇଟି ଡୋଜ ରହିଥିବା ବେଳେ ୨୮ ଦିନ ବ୍ୟବଧାନରେ ଦ୍ୱତୀୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଗୋଟିଏ ଡୋଜ ଟିକାକୁ ୧୪୫ ଟଙ୍କା ପଡୁଥିବା ବେଳେ ଜୁନ ୨୦୨୧ରେ ଭାରତ ୧୫ ଶହ କୋଟି ଟଙ୍କାରେ ଟିକା ପାଇଁ ଅର୍ଡର କରିଥିଲ । ଏହି ଟିକା ଫେବୃୃଆରୀ ଶେଷ ସୁଦ୍ଧା ଆସିବ ବୋଲି ସୂଚନା ମିଳିଛି । ଟିକାକରଣକୁ ଅଧିକ ବ୍ୟାପକ କରିବ ପାଇଁ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏବେ ୧୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଛି

ସୂଚନା ଅନୁଯାୟୀ, 15ବର୍ଷରୁ କମ ପିଲାଙ୍କ ଟିକାକରଣ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ପୂର୍ବରୁ ବୟସ୍କଙ୍କ ପାଇଁ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରାଯାଇଛି | କିନ୍ତୁ ବର୍ତ୍ତମାନ ଟିକାକରଣରେ ଏହାକୁ ସାମିଲ କରାଯାଇନାହିଁ । କୋର୍ବେଭ୍ୟାକ୍ସ ଟିକାର ଦୁଇଟି ଡୋଜ 28 ଦିନ ଅନ୍ତରାଳ ମଧ୍ୟରେ ନିଆଯିବ।ଅନ୍ୟପଟେ ଦେଶରେ 15ରୁ 18 ବର୍ଷର ପିଲାଙ୍କ ଟିକାକରଣ 1.5 କୋଟିକୁ ଛୁଇଁଛି । ଏନେଇ ଗତ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି |

Related Posts