ଧାରା 144 ଉଲ୍ଲଙ୍ଘନ କରିବା ଅଭିଯୋଗ: ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ 13 ଜଣଙ୍କ ବିରୋଧରେ ମାମଲା ରୁଜୁ

ନିୟମ ଉଲଂଘନ କରିବା ଅଭିଯୋଗରେ ଉତ୍ତରଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ବିରୋଧରେ ରୁଜୁ ହୋଇଛି ମାମଲା | ଧାରା 144 ଉଲ୍ଲଙ୍ଘନ କରିବା ଅଭିଯୋଗରେ ରାୱତ ଙ୍କ ସମେତ ୧୩ ଜଣ ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି | ନିର୍ବାଚନ ଆୟୋଗ ଦ୍ବାରା ଗଠିତ ଫ୍ଲାଇଂ ସ୍କ୍ବାର୍ଡର ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ଚମୋଲି ଅନ୍ତର୍ଗତ ଗୋପେଶ୍ବର ଠାରେ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କୌଣସି ଅନୁମତି ନିଆଯାଇନଥିଲା । ବୈଠକରେ ଧାରା 188 ଉଲ୍ଲଙ୍ଘନ କରାଯାଇଥିବା ଫ୍ଲାଇଂ ସ୍କ୍ବାର୍ଡ ଟିମ୍‌ର ଗୋପେଶ୍ବର ଇନ ଚାର୍ଜ କମଲ ଭାରତୀ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ କ୍ୟାବିନେଟ୍ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସମେତ 12 ଜଣ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ନେଇ ଘୋଷଣା ପତ୍ର ଏବଂ ଭିଜନ ଡକ୍ୟୁମେଣ୍ଟ ସମ୍ବନ୍ଧରେ ଜନତାଙ୍କ ଠାରୁ ଚିଠି ବକ୍ସ ଯୋଗେ ପରାମର୍ଶ ନିଆଯିବାକୁ ବିଜେପି ପକ୍ଷରୁ ଏହି ବୈଠକ ଆୟୋଜିତ କରାଯାଇଥିଲା ।

Related Posts